STORYMIRROR

Sunita Sahoo

Inspirational

3  

Sunita Sahoo

Inspirational

ହେ ଦେବୀ

ହେ ଦେବୀ

1 min
159


ହେ ଦେବୀ ,

ପ୍ରତିଥର ଏଇମିତି ଆସ ଶରତର ହାତ ଧରି, କାଶତଣ୍ଡୀର ପାଟଶାଢ଼ୀ ପିନ୍ଧି

ଶୀତଳ ସୁରଭିର ଭୁରୁଭୁରୁ ବାସ୍ନା ନେଇ ,

ଘନ ମେଘମାଳାର ମୁକୁଳିତ କେଶ

କୁଙ୍କୁମ ଅଳତା ବୋଳା ରକ୍ତିମ ସୂର୍ଯ୍ୟାସ୍ତର

ପ୍ରସାଧନରେ ସଜ୍ଜିତ ସେ ବେଶ ,


ହେ ଦେବୀ ,

ସ୍ବର୍ଣ୍ଣ ଆଭୂଷଣେ ବିମଣ୍ଡିତ 

ଖଡ୍ଗ ଖର୍ପରରେ ଆଚ୍ଛାଦିତ ତୁମ ଦଶଭୁଜା

ତଥାପି ଓଷ୍ଠଧାର ମନ୍ଦହାସେ ପ୍ରକମ୍ପିତ ,

ଜନନୀ ଜାୟା ଦୁହିତା ହିତେ

ସଂକଳ୍ପର ଅମୋଘ ଅସ୍ତ୍ର ବଜ୍ରନାଦ କରେ

ଆର ଥରକୁ ଏକ ସ୍ୱର୍ଗୀୟ ପୃଥିବୀର

କିନ୍ତୁ ......

ସେ ଅଭିଳାଷ ଦୃଶ୍ୟମାନ ହୁଏ ଦିବାସ୍ଵପ୍ନରେ ,


ହେ ଦେବୀ ,

ମହିଷାସୁର ଏବେ ପୁନର୍ଜନ୍ମ ଲଭିଛି

ତା ଭାଙ୍ଗି ଯାଇଥିବା ଦର୍ପ ଗୁଡିକୁ ଯୋଡିଦେଇ

ଏକ ସନ୍ଦିଗ୍ଧ ଅମରତ୍ଵ ପ୍ରାପ୍ତି ଆଶାରେ

ତାକୁ ପାରିବ ଯଦି ଜାଳିପୋଡି ପାଉଁଶ କର

ସେଇ ଟହଟହ ରକ୍ତିମ ଚକ୍ଷୁର ଜ୍ବାଳାରେ ,

ଗତ ପାର୍ବଣରେ ବାକି ଥିବା ସ୍ବପ୍ନ ସବୁକୁ

ଉଜ୍ଜୀବିତ କରି ଭରିବ କି ମୁଠାଏ ଆତ୍ମବିଶ୍ବାସ 

ନାରୀର ହଜିଯାଇଥିବା ଦମ୍ଭରେ....,


ହେ ଦେବୀ ,

ପ୍ରତିଶ୍ରୁତି ଦିଅ ଏଇ ପାର୍ବଣରେ 

ଆଉ ଏକ ପୃଥିବୀର ଆବିର୍ଭାବ ହେବ

କାମନା ଯାତନା ଲାଞ୍ଛନା ରହିତ

ଆସ୍ଥା ବିଶ୍ବାସର ଧର୍ମରେ ବଳବତ୍ତର ରହିବ,

କୁରୁସଭାରେ ନାରୀ ଆଉ ବିବସନା ନହେବ

ପବନରେ ଆଶଙ୍କା ବହୁନଥିବ ,

ତୁମେ ତେବେ ବି ଆସୁଥିବ

ହେଲେ ମୁଖରେ ପ୍ରତିଶୋଧର ବହ୍ନି ନଥିବ

ମହୀରେ ପ୍ରତାରଣାର ଚିହ୍ନ ନଥିବ 

ଦିଅ ମୁଠାଏ ସ୍ୱର୍ଗୀୟ ଚେତନା

ଏଠାରେ ଭୋକର ସଂଜ୍ଞା ବଦଳିବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational