STORYMIRROR

pranati Mahapatra

Abstract

4  

pranati Mahapatra

Abstract

ବେଦନାରେ କଣ୍ଠରୁଦ୍ଧ

ବେଦନାରେ କଣ୍ଠରୁଦ୍ଧ

1 min
435

ତ୍ରିରଙ୍ଗା ଝଣ୍ଡା ଆଜି ଫରଫର ଉଡୁଥିବା ବେଳେ

କାହିଁକି କେଜାଣି ମୋ ଆଖିରୁ ବହି ଯାଉଛି

ଏ ଅମାନିଆ ଅଶ୍ରୁ ଗୁଡା

ଦୁଃଖ, ଖୁସି ଓ ବେଦନାର ରଙ୍ଗ ହୋଇ।


ଦୁଃଖ-ସୁଯୋଗ୍ୟ ଦାୟାଦ ମାନେ ନିଜ ଆତ୍ମବଳି ଦେଇ

ଏ ଭାରତୀ ମାଆର କୋଳଶୂନ୍ୟ କରି 

ନିଜର ଅମ୍ଲାନ ପ୍ରତିଭାକୁ ଆମ ଆଗରେ ଥୋଇ ଦେଇ

ଆଜି ଇତିହାସ ହୋଇ ଗଲେ।

ହେଲେ ତାଙ୍କର ମହାନତା, ଗୁଣ,ପ୍ରତିଭା କୁ

ଉଚ୍ଚାରଣରେ ମୁଖସ୍ଥ,କଣ୍ଠସ୍ଥ,ଗଳସ୍ଥ କରି ଚାଲିଛୁ

ଆମେମାନେ।

ଉଚ୍ଚାରଣ କିନ୍ତୁ ଭିନ୍ନ।

ଖୁସି-ଦୀର୍ଘ୨୦୦ବର୍ଷ ଫିରିଙ୍ଗି ଶାସନେ 

କଲବଲ ହୋଇ ତ୍ରାହି ତ୍ରାହି ଡାକୁଥିବା ବେଳେ

ଘରଦ୍ଵାର, ସୁଖ ଖୁସି ଆନନ୍ଦକୁ ବଳିଦେଇ

ଭାରତୀର ସୁଯୋଗ୍ୟ ସନ୍ତାନ ମାନେ

ମା ଭାରତୀ ପାଦରୁ ,

ପରାଧୀନତାର ବେଡି ଖୋଲି ଦେଇ

ସ୍ଵାଧୀନତାର ତ୍ରିରଙ୍ଗା ଝଣ୍ଡା

ଫରଫର ଉଡାଇ ଥିଲେ।

ଆଉ ଆଜିର ଦିନରେ ସମ୍ବିଧାନର ମନୁ

ନିଜେ ନିଜକୁ ଶାସନ କରିବାର ଖସଡା ପ୍ରସ୍ତୁତ କରିଥିଲେ।


ବେଦନା-ପରାଧୀନତାର ଶୃଙ୍ଖଳ ଖୋଲିଗଲା,

ଚାରିଆଡ଼େ ସଗର୍ବରେ 

ସତ୍ୟ,ଶାନ୍ତି, ଅହିଂସା ର

ସାହସ ଶାନ୍ତି ବିଶ୍ଵାସର ତ୍ରିରଙ୍ଗା ପତାକା 

ଫରଫର ହୋଇ ଉଡିଲା ସତ।

ହେଲେ ସେହି ତ୍ରିରଙ୍ଗା ତଳେ ଶହଶହ

ଅବଳା,ଦୁର୍ବଳା ଆଜି ଅସହାୟ ହୋଇ

ବିକଳରେ ଚିତ୍କାର ଛାଡୁଛନ୍ତି

ଅବଲୁଣ୍ଠିତ ସତୀତ୍ଵକୁ ରକ୍ଷାକରିବା ପାଇଁ।

ବିପର୍ଯ୍ୟସ୍ତ, ବିଧ୍ଵସିତ ଆଜି ନାରୀର ସମ୍ପତ୍ତି।

ନାରୀର ଇଜ୍ଜତ ଆଜି ଯେମିତି ଜାତୀୟ ସମ୍ପତ୍ତି?

ସତେ ଯେମିତି ଭାରତୀର କୋଳଶୂନ୍ୟ

ସୁଯୋଗ୍ୟ ଦାୟାଦ ଆଜି ଅଯୋଗ୍ୟ।

ଖୁଲମଖୁଲା ଆଜି ,ରାଜରାସ୍ତାରେ 

ନାରୀ ଆଜି ଅସହାୟ।

ଅଛି କେ ସୁଯୋଗ୍ୟ ପୁରୁଷ

କରିବ ରକ୍ଷା ଅବଳାର।

ଉତ୍ତର ଚାହେଁ ମା ଭାରତୀ

ବେଦନାରେ କଣ୍ଠରୁଦ୍ଧ।

ଶୂନ୍ୟକୁ ଚାହେଁ

କାହିଁ ଗଲେ ମୋ ସୁଯୋଗ୍ୟ ସନ୍ତାନ ମାନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract