STORYMIRROR

Jayashree Maharana

Abstract

3  

Jayashree Maharana

Abstract

ମୋ' ଦେଶ ମହାନ

ମୋ' ଦେଶ ମହାନ

1 min
401


ଚିର ବନ୍ଦନୀୟା ଭାରତ ମାତାର

ସନ୍ତାନ ରୂପରେ ଗର୍ବିତ ମୁହିଁ

କେଉଁ ପୁଣ୍ୟବଳେ ଜନମି ତା' କୋଳେ

ବଢିଲି ତା'ପାଣି ପବନ ଛୁଇଁ ।


ସବୁଜ କ୍ଷେତର ସୁନାର ଫସଲ

ଭରିଛି ମୋ'ଦେହେ ରକତ ଧାର

ନିର୍ମଳ ଶୀତଳ ଝରଣାର ଜଳ

ତୃଷ୍ଣା ନିବାରଣ କରିଛି ମୋର ।


ହିମାଳୟ ଗିରି ସଇନିକ ପରି

ଶତ୍ରୁର କବଳୁ କରୁଛି ରକ୍ଷା

ନିର୍ଭୟରେ ମୁହିଁ ପାରୁଅଛି ଜୀଇଁ

ଦେଇଅଛି ମୋତେ ମୁକତି ଶିକ୍ଷା ।



ତିନି ପାରୁଶରେ ବିଶାଳ ସାଗର

ଅରପି ଦିଅନ୍ତି ସ୍ନିଗ୍ଧ ସମୀର

ଗ୍ରୀଷମର ତାତି ହେମାଳର ଭୀତି

ସହିନି କେବେବି ମୋର ଶରୀର ।


r>

ମୋ 'ଦେଶ ସଂସ୍କୃତି ପ୍ରଥା ରୀତିନୀତି

ସବୁଠୁ ସୁନ୍ଦର ଅତି ମଧୁର

ବିଶ୍ୱ ଭ୍ରାତୃଭାଵ ଶାନ୍ତି ସଦଭାବ

କରିଛି ଜୀବନେ ମୁହିଁ ନିଜର ।


ଅନନ୍ୟ କୀରତ୍ତି ଭରିଅଛି ତୃପ୍ତି

ଶିଖାଇଛି ମୋତେ ଜ୍ଞାନକୌଶଳ

ଅହିଂସାର ବଳ ଶାସନର କଳ

ଦୂରେଇଛି ମନୁ ସ୍ୱାର୍ଥ ଗରଳ ।


ଆମ ସମ୍ବିଧାନ କେତେ ଯେ ମହାନ

ଦେଇଅଛି ମୋତେ ସ୍ଵଅଧିକାର

ସ୍ୱାଧୀନ ବିହାର ସ୍ୱାଧୀନ ବିଚାର

ଧର୍ମେ କର୍ମେ ମୁକ୍ତ ମୁଁ ନିରନ୍ତର ।


ସ୍ୱଚ୍ଛ ହୃଦୟରେ କର୍ତ୍ତବ୍ୟ ପଥରେ

ଅଗ୍ରସର ହେବି ନିଷ୍ପତ୍ତି ମୋର

ଗାଉଥିବି ଗୁଣ ମୋ' ଦେଶ ମହାନ

ପୂଜୁଥିବି ସଦା ତା'ର ପୟର ।


Rate this content
Log in

Similar oriya poem from Abstract