STORYMIRROR

sasmita tripathy

Tragedy Crime Inspirational

4  

sasmita tripathy

Tragedy Crime Inspirational

ପାରିବାରିକ କଳହ

ପାରିବାରିକ କଳହ

1 min
649


ହିଂସା ଓ କଳହ ଦାନବ ପ୍ରବୃତ୍ତି

ଅଶାନ୍ତି ଓ ଅସନ୍ତୋଷ

ନୈତିକ ଶିକ୍ଷାର ଅଧୋଗତି ହେଲେ

ମନୁଷ୍ୟ ଠାରେ ପ୍ରକାଶ ।।


ବିଶ୍ୱନିୟନ୍ତା ଙ୍କ ଏ ସୃଷ୍ଟି ସୁନ୍ଦର

ମାନବ ଜନମ ଶ୍ରେଷ୍ଠ

ଆଧ୍ୟାତ୍ମିକତାର ଅଭାବେ ମଣିଷ 

ଜୀଵନ ଯେ ନଷ୍ଟଭ୍ରଷ୍ଟ ।।


ସ୍ନେହ ପ୍ରେମ ଭଲ ପାଇବା ଗୁଣରେ 

ବାନ୍ଧି ବାକୁ ହୃଦ ହୁଏ

ଯେଉଁ ପରିବାରେ ସ୍ନେହ ଭରପୁର

ମର୍ତ୍ତ୍ୟରେ ଵୈକୁଣ୍ଠ ସିଏ ।।


ଉଚ୍ଚ ନୀଚ ହେଅଜ୍ଞାନ ମନୋଭାଵ

ସମ୍ପର୍କରେ ଭରେ ବିଷ

ବଡ ଙ୍କୁ ପଚାରି ସାନ ଙ୍କୁ ଉଚାରି 

କର୍ମ କରିବା ଅଶେଷ ।।


ସ୍ୱାର୍ଥର ଲାଳସା କାମନା ବାସନା 

ଶତ୍ରୁ ଷଡ଼ରିପୁ ଜାଣ 

ସୁନା ସଂସାର କୁ ନିମିଷ ମଧ୍ୟରେ 

ନଷ୍ଟ କରିବା ତା ଗୁଣ ।।


ପରିବାରେ ହେଲେ କଳହ ଅଶାନ୍ତି

ଅବକ୍ଷୟ ହୁଏ ଖ୍ୟାତି

ସବୁଠୁ ଅଧିକ ହୁଏ ପ୍ରଭାବିତ 

ବାଲ୍ୟ ଚପଳର ମତି ।।


ଭବିଷ୍ୟତ ତାର ହୁଏ ଛାରଖାର

ହରାଇ ବସେ ବିବେକ

କୁକର୍ମ ପଥ କୁ ଟାଣି ହୋଇଯାଏ

ପାଲଟେ ଅସାମାଜିକ ।।


ଅର୍ଥ ହୋଇଥାଏ ଅନର୍ଥ କାରକ 

ଦିଏ ନାହିଁ କେବେ ଶାନ୍ତି 

ଯେତେ ଅରଜିଲେ ଅଧିକ ଲୋଡନ୍ତି

ଲୋଭୀ ଏ ମଣିଷ ଜାତି ।।


ଚିତ୍ତ ସ୍ଥିର କରି ଅଳ୍ପରେ ସନ୍ତୁଷ୍ଟ

କରିବାକୁ ହେବ ଶିକ୍ଷା

ଵୈଦ୍ଧିକ ଜ୍ଞାନ ବିକାଶ ପାଇଁ ନେବା

ଆଧ୍ୟାତ୍ମିକ ଗୁରୁ ଦୀକ୍ଷା ।।


ମହାପୁରୁଷ ଙ୍କ ନୀତି ଆଦର୍ଶରେ 

ହୋଇବା ଅନୁପ୍ରାଣିତ 

ସୁଖୀ ପରିବାର ସମାଜ ଗଢିବା

ସୁସ୍ଥ କରି ମନସ୍ତତ୍ତ୍ୱ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy