STORYMIRROR

Manaswinee Dash

Tragedy Crime

4.5  

Manaswinee Dash

Tragedy Crime

କାମାତୁର

କାମାତୁର

1 min
352

କାମାତୁର 


ଯେବେ ପୁରୁଷ ହୁଏ କାମାତୁର, 

କାମନା ଛଡା ଦିଶେ ତାକୁ ସବୁ ଅନ୍ଧକାର, 

ଜନା ପଡେନି ତାକୁ ବୟସ କି ସୁତ୍ର ସଂପର୍କ ର, 

କେବଳ କାମନା ହିଁ କାମନା ଥାଏ ତାହାର। 


ନିରୀହ ନାରୀ ହୁଏ ତାର ଶିକାର, 

 କେବେ ଛଡାଇ ନିଏ ବାଲ୍ୟକାଳ କାହାର, 

କାମନା ତାର ଥାଏ ଏତେ କ୍ଷୀପ୍ର, 

ଅନୁଭବ କରିପାରେନା ସିଏ ବାସ୍ତବତାର। 


କାମନା ପୂର୍ନ କରିବା ଥାଏ ଦରକାର, 

ଖୋଜିବୁଲେ ଖାଲୀ ନାରୀ ଶରୀର, 

କଳନା କରିପାରେନା ସିଏ ପରିଣାମର, 

ସତରେ କେଡେ ନିଷ୍ଠୁର। 


ନାରୀ ହେଉ ପଛେ ଯୋଉ ବୟସର, 

କରେ ତାହାକୁ ବଳାତ୍କାର, 

ହେଲେ ସମାଜ କରେ ପୀଡିତା ପ୍ରତି ବ୍ଯଭିଚାର, 

ତାଉପରେ ଦିଏ ହୀନ ନଜର। 


ସତରେ ଦୋଷ କଣ ପୀଡିତାର, 

କାହିଁକି ସେ ହବ ହତାଦର, 

ପ୍ରତିପତ୍ତି ଅଛି କାମାତୁର ପୁରୁଷର, 

ସେଥିପାଇଁ ନାରୀ ପ୍ରତି ଅବିଚାର। 


ପ୍ରଭାବିତ କରେ ତାକୁ ଏସବୁ ବ୍ଯବହାର, 

କରେ ସମାଜ ପୀଡିତାକୁ ହତାଦର, 

କେବେ ବୁଝିଛ ତାର ବେଦନା ମନର,

 ନ୍ୟାୟ ପାଇଁ ନ ବୁଲୁଛି କେତେ ଦାନ୍ ଦୁଆର। 



ହେଲେ ତାର ସେଇ କ୍ଷଣ ଦାଗ ହବ ମନର, 

ବୁଲିକି ଆଗେଇବାକୁ ଗଲେ ବି ଲିଭିବ ନିଜ ଦାଗ ମନର, 

ସେଇ କିଛି କ୍ଷଣ କାମନାର, 

କ୍ଷତାକ୍ତ କରିଦିଏ ପୀଡିତା ଜୀବନର। 


କେବେ ଭାବୁଛୁ କାମାତୁର, 

ପୀଡିତା ବି ଝିଅ, ମା, ଭଉଣୀ, ସ୍ତ୍ରୀ କାହାର, 

ଯଦି ପୀଡିତା ହୁଏ ତୋର କେହି ନିଜର, 

ସହିକି ପାରିବ ମନ ତୋହର?




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy