STORYMIRROR

ବି. ନିରୁପମା

Drama Horror Crime

5  

ବି. ନିରୁପମା

Drama Horror Crime

ଲାଭ ବା ମିଳିଲା କ'ଣ !

ଲାଭ ବା ମିଳିଲା କ'ଣ !

1 min
425


ଦ୍ଵାରିକାଧିଶ ହେ କି କଲ କି କଲ

ହତଶିରି ଏବେ ଧରା,

କୁଳବଧୂଙ୍କର ଆକୁଳ କ୍ରନ୍ଦନ

ଅସହ୍ୟ-ହୃଦୟ ଥରା ।


ନ୍ୟାୟ ଦେବ ବୋଲି ପାଣ୍ଡବପକ୍ଷକୁ

ରଚାଇଲ ଯେଉଁ ରଣ,

କୌରବ ତ ସବୁ ନିହତ ହୋଇଲେ

ଲାଭ ବା ମିଳିଲା କ'ଣ !


ଭୀମ, ଅର୍ଜ୍ଜୁନ ଯେ ଯୁଧିଷ୍ଠି, ନକୁଳ,

ସହଦେଵ ପାଞ୍ଚଭାଇ,

ତାଙ୍କୁ ଛାଡ଼ିଦେଲେ ଯୁଦ୍ଧ-ରାଜା ପ୍ରଜା

ସମସ୍ତଙ୍କୁ ଗଲା ଖାଇ ।


କୁରୁସଭା ତଳେ ଲାଞ୍ଛିତା ହୋଇଲି

ମୁକୁଳିତ କେଶ ବେଶ,

ବେଣୀ ବାନ୍ଧିବାକୁ ପଣ ଯା' କରିଲି

ଉଚ୍ଛନ୍ନ ହୋଇଲା ଦେଶ ।


ପାଞ୍ଚପୁତ୍ର ମୋର ନିଦେ ଶୋଇଥିଲେ

କାଳରୂପୀ ଅଶ୍ୱତ୍ଥାମା,

ଘେନିଗଲା ତାଙ୍କ ବାକି ଆୟୁଷକୁ

ଶୋଚନା ନ କରି ଜମା ।


ଅଭିମନ୍ୟୁକୁ ମୋ ମରାଇଲ ତୁମେ

ସପ୍ତରଥୀ ହସ୍ତେ କୂଟେ,

ଶୋକାକୁଳମୟ ପରିବେଶ ଖାଲି

କାନ୍ଦଣା ଲହରୀ ଛୁଟେ ।


ପରୀକ୍ଷିତ ବୋଲି ରଖିଛ ଯାହାକୁ

ନାହିଁ ତା'ର ପିତା ଭ୍ରାତା,

ରାଜ୍ୟ ଲାଗି ଯୋଗ୍ୟ କରି ତିଆରିବ

କାହା ଭରସାରେ ମାତା !!


ଭଲଥିଲା ତୁମେ ଥିଲ ଗୋକୁଳରେ

ରଚୁଥିଲ ତହିଁ ରାସ,

ବଂଶୀ ଛାଡ଼ି ଚକ୍ର ଧରିବା ଦିନରୁ

ଶାନ୍ତିରେ କରିନ ବାସ ।


ଧର୍ମ ସଂସ୍ଥାପନ ଆଳେ ଆହେ କୃଷ୍ଣ

ନାଶିଛ ଅନେକ ଶିର,

ତୁମେ ଅଟ ପରା କାଳର ଯେ କାଳ

କେ ଟାଳିବ ତୁମ ଗୀର ।


ସଖି, ସଖି ବୋଲି ଡାକରେ ଭୁଲିଲି

ଗଲି ସଦା ବିଶୁଆସ,

ତୁମରି ଇଙ୍ଗିତ ମତେ ସବୁ କଲି

ହେଲା କିମ୍ପା ସର୍ବନାଶ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama