STORYMIRROR

Shashanka sekhar Ray

Crime Others

4  

Shashanka sekhar Ray

Crime Others

ବସ୍ତ୍ରହରଣ

ବସ୍ତ୍ରହରଣ

1 min
362

ସେଦିନ କୁରୁସଭା ତଳେ

ବିବସନା ହେଲା ବେଳେ

ସମସ୍ତେ କଣ ଅନ୍ଧ ଧ୍ରୁତରାଷ୍ଟ୍ର ପାଲଟିଗଲେ

ଅଘଟଣ ଘଟିବାଟା ସମସ୍ତଙ୍କୁ ଜଣା

ତଥାପି ସମସ୍ତେ ନିରବ ନିରୁତ୍ତର

ପ୍ରତିବାଦର ସ୍ଵର ଉଠାଇଲେନି କେହି

ମାନୀ ଦୁର୍ଯୋଧନର ଅନ୍ନେ ପ୍ରତିପାଳିତ ବୋଲି

ନିଜକୁ ଭାବି ଅସହାୟ

ବୁଜିଦିଅନ୍ତି ନିରବେ ଆଖି 

ଦେଖି ଅନ୍ୟାୟ ଅତ୍ୟାଚାର ।


ପଶା ଖେଳି ବାଜି ଜିତିବା ନିଶାରେ

ରାଜ୍ୟଧନ ସମ୍ପତ୍ତି ହରାଇବା ପରେ

ଶେଷ ବାଜିରେ କଣ ଥାଏ ସଦା ଅର୍ଦ୍ଧାଙ୍ଗିନୀ

ଉତ୍ତର ଦିଅ ଆଜିର ପାଣ୍ଡୁପୁତ୍ରମାନେ

ନିର୍ଲ୍ଲଜଙ୍କ ଠାରୁ ବଳି ଧର୍ମଭୀରୁ ତୁମେମାନେ

କାହିଁ ତୁମ ଗାଣ୍ଡିବ ଗଦାବଳ ଧର୍ମବଳ

ଇତିହାସେ ରଚିଗଲ ଏକ କଳଙ୍କିତ ଅଧ୍ୟାୟ 

ଯାହା ଆଜି ପୁନରାବୃତ୍ତି ହେଉଛି ବାରମ୍ଵାର ।


ଦୁଃଶାସନ ମାନେ ବୁଲନ୍ତି ଅନାୟସେ

ଆଜି ବି ମୋ କେଶ ମୁକୁଳିତ

ଚାହିଁ ରହିଛି ପାପୀର ରକ୍ତେ ପଖାଳିବାକୁ

କିଏ ଆଣିଦେବ ମୋତେ ରକ୍ତ

ବିଚାର ଧର୍ମର ନିକିତିରେ ତଉଲୁ ତଉଲୁ

ସରିଯାଏ ତ୍ ଏଠି ସବୁତକ ସମୟ

ଦୋଷୀକୁ ସଜା ମିଳେନି ସହଜେ ଏଠି

ଆଇନ ଜଗିଥାଏ କହି ପରା ମାନବାଧିକାର ।


ପାପୀମାନେ ବଞ୍ଚିରହନ୍ତି ମୁଖା ବଦଳାଇ

ବଞ୍ଚିବାର ବାହାନାରେ ଚାଲିଥାଉ ଏମିତି ମହାଭାରତ

ଆଜି ନୁହେଁ କାଲି ନୁହେଁ ଏମିତି ଚାଲିଛି ଯୁଗେଯୁଗେ 

ଭୀମ ମାନେ ଏଠି ନପୁଂସକ

ଭୂଲ ହୁଏ ଧର୍ମରାଜଙ୍କ ଗୋଟି ଅଙ୍କ ଚାଳନା

ଶାଢୀ ଉପରୁ ହାତ ଛାଡିହୁଏନି 

ଧରିଥାଏ ଦୁଇ ହାତେ ଜାବୋଡି

ଦୁଇହାତ ଟେକିଦେଲେ ଆସିବେନି କେହି

ବରଂ ପରଦା ଆଢୁଆଳେ 

ଶହଶହ ଲୁଚି ବସିଦେଖୁଥିବେ

ମୁଖା ପିନ୍ଧା ଗିରିଧାରୀ 

ମୋ ଅର୍ଦ୍ଧ ଲଗ୍ନ ଅନାବୃତ ଅଂଶସବୁ ଶରୀରର  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime