ଭୟ
ଭୟ
ଭୟ ନୁହେଁ ଏକ ମରିଚୀକା
ହୋଇପାରେ ବାସ୍ତବ
ଅଥବା ମନର ଭାବାବେଗ
କାଠୁରିଆ ଟାଙ୍ଗିଆ ପଶାରେ
କାଟୁଥାଏ ଗଛ ଡାଳ
ପ୍ରକମ୍ପିତ ହୋଇ ତରୁ ହୁଏ ଥରଥର
ଏ ଭୟ ନୁହେଁ ତ ଆଉ କ'ଣ
ଗଛଡାଳେ ଥିବା ମା' ଚଢେଇର ଡର
ଛୁଆ ଘେନି ବସା ବାନ୍ଧିଥାଏ ବୋଲି
କ'ଣ ମୋର ଏ ସଂସାର ହେବ ଚୁରମାର
ରାସ୍ତାକଡରେ ମଣିଷ ଭାଇ
ପକାଏ ନିରୀହ ଛେଳି ମାନଙ୍କ ବଳି
ନିଜ ଲାଭ ପାଇଁ ଅବା ଅନ୍ୟ ଖୁସି ପାଇଁ
ପାଖରେ ବନ୍ଧାଥିବା ଅନ୍ୟ ଛେଳି ହୁଏ ଥରହର
ଲୋମ ମାନ ହୁଏ ହୁଏ ଆତର୍କିତ
ଆଖିରେ ନପଡେ ପଲକ
ସତେକି ପଡେ ଚଡକ
ଭୟର ବାସ୍ତବ ଚିତ୍ର ହୋଇଯାଏ ବାରି
ଛୁଇଁଦେଲି ତା ଦେହକୁ
ଚର୍ମ ତାର ହୁଏ ଆତଙ୍କିତ
ମନେ ଭାଳେ
ମୋର ପାଳି ଯାଉଅଛି କି ପଡି
ନିରବ ନିଶ୍ଚଳ ପରି ହୋଇଥାଏ ଠିଆ
ଯେପରି ଏକ ପ୍ରତିମୂର୍ତ୍ତି
ଶରୀର ତାର ହୁଏ ପ୍ରକମ୍ପିତ
ଏକ ଲୟେ ଚାହେଁ ନର ଜାତି ଆଡେ
ଭୟ ରୂପକ ଦୁଇ ନୟନେ
ଲୋତକ ଧାର ଯାଏ ବହି
ଭୟ କୁ ବଖାଣି
ଏକହାତ ଲମ୍ବ କଟୁରୀ ଧରି
ହୃଦୟ ବିହୀନ ମଣିଷଟି
ବାରମ୍ବାର କରେ ଅତ୍ୟାଚାର
ସେହି ନିଷ୍କପଟ ଜାତି ଉପରେ
ତଥାପି ମୁଣ୍ଡ ନଟେକି
ଭୟରେ ମଥା ପାତି ଯାଏ ସହି
ବାହାଭୋଜି ଆସିଲେ
ସତେ ପଡେ ଦେବ ଅଭିଶାପ
ମୁଣ୍ଡ ପରେ ମୁଣ୍ଡ ଯାଏ ଗଡି
ସେହି ଭୟର କରାଳ ରୂପ
ଚୁରମାର କରେ ସେହି
ସରଳ ଜୀବ ଜାତିକୁ
ସ୍ୱାର୍ଥବାଦୀ ଏ ମଣିଷ
କେଡେ ନିର୍ଦ୍ଦୟ ସତେ
ଭୟର କରାଳ ରୂପ
ଆଖି ଆଗେ ନାଚେ