STORYMIRROR

Priyaranjan Biswal

Crime Others

4  

Priyaranjan Biswal

Crime Others

ଅର୍ଦ୍ଧଦଗ୍ଧ ଶବ କହୁଛି...

ଅର୍ଦ୍ଧଦଗ୍ଧ ଶବ କହୁଛି...

1 min
125


ମୁଁ ନାରୀର

ଅର୍ଦ୍ଧ ଦଗ୍ଧ ଶବ କହୁଛି

କେବେ କିରୋସିନରେ

କେବେ ପେଟ୍ରୋଲରେ

ଆଉ ପୁଣି କେବେ ଗ୍ଯାସରେ

ମୁଁ ପୋଡି ହେଉଛି।

କେବେ ଫାଶୀରେ ଝୁଲୁଛି

କେବେ ଏସିଡରେ ଜଳୁଛି।


ମୁଁ ନାରୀର

ଅର୍ଦ୍ଧ ଦଗ୍ଧ ଶବ କହୁଛି

କେବେ ଯୌତୁକ ପାଇଁ

କେବେ କାମୁକ ରାକ୍ଷାସ ପାଇଁ

କେବେ ମୋ ମନର ଭୟ

ପୁଣି କେବେ ନୀରବ ଜନତା ପାଇଁ

ମୁଁ ଆଜି ଜଳୁଛି।


ମୁଁ ନାରୀର

ଅର୍ଦ୍ଧ ଦଗ୍ଧ ଶବ କହୁଛି

ପୁରୁଷ ପ୍ରାଧାନ୍ଯ ସମାଜରେ

ନାରୀର ସମ୍ମାନ କାହିଁ?

ବୁକୁଫଟା ଚିତ୍କାର ମୋର

କାହାକୁ ଏଠି ଶୁଭେନାହିଁ

ବଧିର ଆଜି ସମାଜ ସାଜିଛି।


ମୁଁ ନାରୀର 

ଅର୍ଦ୍ଧ ଦଗ୍ଧ ଶବ କହୁଛି

ବୁଲୁଛନ୍ତି ଏଠି 

ଶହ ଶହ ଯୌନ ରାକ୍ଷାସ‌।

ଏକୁଟିଆ ଦେଖି ମତେ

ଅତି ନିର୍ମମ ଭାବେ

ଶରୀରକୁ ମୋ ଖାଆନ୍ତି ଖୁମ୍ପି।

ମନ ଭରିଗଲେ

ଜିଅନ୍ତା ମୋ ଦେହେ

ଲଗାନ୍ତି ନିଆଁ,

ସବୁଜାଣି ଚୁପ୍ ରୁହେ ଦୁନିଆଁ।


ମୁଁ ନାରୀର

ଅର୍ଦ୍ଧ ଦଗ୍ଧ ଶବ କହୁଛି

ମୋ ସୁରକ୍ଷା ପାଇଁ

ଅନେକ ନିୟମ

ସମ୍ବିଧାନରେ ଲେଖା ଅଛି।

ଗରିବ ସିନା ଧରାପଡେ ଏଠି

ଧନୀ ଖସିଯାଏ 

ଗଳାବାଟ ଦେଖି।


ମୁଁ ନାରୀର

ଅର୍ଦ୍ଧ ଦଗ୍ଧ ଶବ କହୁଛି

ଏକ ତରଫା ପ୍ରେମ କରି

ପୁରୁଷ ହାରିବ।

ଭାଙ୍ଗିବ ତାହାର ମନ।

ମୁଁ କିନ୍ତୁ ନିର୍ଦ୍ଦୋଷ

କରୁଛି କରିବି 

ଏସିଡ ଜଳେ ସ୍ନାନ।

ମୁଁ ନାରୀର

ଅର୍ଦ୍ଧ ଦଗ୍ଧ ଶବ କହୁଛି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime