STORYMIRROR

Gangotri Priyadarshini

Abstract Crime Inspirational

3  

Gangotri Priyadarshini

Abstract Crime Inspirational

ଉଡ଼େ ତ୍ରିରଙ୍ଗା

ଉଡ଼େ ତ୍ରିରଙ୍ଗା

1 min
256


ତ୍ରିରଙ୍ଗାର ତିନି ରଙ୍ଗ ...

ପ୍ରତି ଭାରତୀୟର ଗର୍ବର ପ୍ରତୀକ

ଉଡୁଛି, ଉଡୁଥିବ ଅବିରତ !

ଜାଗ୍ରତ ପ୍ରହରୀ ଆତ୍ମାର

କଷ୍ଟଲବ୍ଧ ସଂପତ୍ତି ଦେଶର ।।

କାଶ୍ମୀରରୁ କନ୍ୟା କୁମାରୀ .....

ଗଗନେ ପବନେ ଝଙ୍କୃତ

ବୀର ପ୍ରସବିନୀ ,

ଭାରତ ମାତା ଆମ ଜୟ ମା ଭାରତୀ ।।

ସ୍ଵାଧୀନ ଦେଶର ............

ବିବିଧତାର ଅପୂର୍ବ ନିଦର୍ଶନ

ସତ୍ୟର ବ୍ରତୀ ହୋଇ

କର୍ମ ମୁଖର ଜାତିର ସ୍ବର୍ଣ୍ଣାଭ ଯାତ୍ରା ଗୀତି ।।

ସ୍ବାର୍ଥ ମୁକ୍ତ,ସତ କର୍ମ,ଶତ ଧର୍ମ ...

ତ୍ୟାଗର ପରାକାଷ୍ଠା

ସମୃଦ୍ଧ କରେ ଜୀବନ

ଆମ ଦେଶର ମାଟି ପାଣି ପବନ ।।

ଶସ୍ୟ ଶ୍ୟାମଳ ପୂର୍ଣ୍ଣ ଗର୍ଭା ...

କଳା ଭାସ୍କର୍ଯ୍ୟ,ଜ୍ଞାନ ବିଜ୍ଞାନରେ ପାରଦର୍ଶି

ସୃଷ୍ଟି ସମ୍ଭାର ନିପୁଣା ଭାରତ

ଶୂନ୍ୟରୁ ପୁଣ୍ୟ କୋଟି ଐଶୋର୍ଯ୍ୟେ ଉଡ଼େ ଯା ନେତ ।।

ତନ୍ତ୍ର ତନ୍ତ୍ରୀ,ଏକତାର ମନ୍ତ୍ରେ ...

ସର୍ବ ଧର୍ମ ସମନ୍ୱୟ ପରମ୍ପରା ଏହି ସେ ଦେଶେ

ଜନ ଗଣ ଏଠି,

ସଖା ସହୋଦର ଭାବ ନେଇ ବଞ୍ଚେ ।।

ତ୍ରିରଙ୍ଗାର ଜୟ ଘୋଷ ପାଇଁ ..........................

ଅମୂଲ୍ୟ ଏଠି ବଳିଦାନ

ଶେଷ ରକ୍ତ ବୁନ୍ଦେ ଲେଖା

ଆମ ପ୍ରିୟ ଦେଶ ପତାକାର ନାମ ।।

ସତ୍ୟ,ଧର୍ମ,ନ୍ୟାୟ .....

ଉନ୍ନତି ର ପଥେ

ଗଡ଼ି ଚାଲେ ଏଠି ଚକ୍ର ଯେ ଗୋଟି

ଯାହା ପାଦେ ହୁଏ ସଦା ମଥା ନତ ।।

ଖଦୀ ରୁ ବର୍ଦି ....

ଉଦ୍ୟୋଗରୁ ଉଦ୍ ଯୋଗୀ

ନୀତି ନୈପୁଣ୍ୟତା ର ସୁଯୋଗ ବୃଷ୍ଟି

ଅନନ୍ୟା ଭାରତ ଅନନ୍ୟ କୃତି

ଧନ୍ୟ ଦେଶ ଧନ୍ୟ ଆମ ଜାତୀୟ ସଂହତି ।।

ମାେ ଦେଶ ତ୍ରିରଙ୍ଗା ହେଉ ଅକ୍ଷୁର୍ଣ୍ଣ .....

ବିଶ୍ଵ ହିତେ, ସମବେତେ

ଲାଗି ରହୁ ଆମ ଭାରତ ମହାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract