Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Crime

3  

Prasanna Kumar Madala

Crime

ଜୀଅନ୍ତା ଭୂତ

ଜୀଅନ୍ତା ଭୂତ

1 min
49



ଆଜି ପୁଣି ଏକ    ଡାହାଣୀକୁ ଦେଖ

ଖାଉଛି ଗୋଇଠା ମାଡ

ନିଅନ୍ତି ଘୋଷାରି    ବିବସନା ନାରୀ

କାନ୍ଦି କହେ ଛାଡ ଛାଡ ।

ପଥଚାରୀ ଲୋକେ ଅଟକିଲେ ଥୋକେ

ନାରୀଦେହ ଲାଗେ ମଜା

ନଶୁଣି ପ୍ରାର୍ଥନା      ଦିଅନ୍ତି ଯାତନା

କାହାକୁ ବି ନାହିଁ ଲଜ୍ଜା ।

ସତେ କି ଏ ରାଣ୍ଡ    କରୁଥିଲା କାଣ୍ଡ

ଗାରେଡି ମନ୍ତର ଶିଖି

ଡାହାଣୀରେ ଗଣା    ପଡିଲାଣି ଜଣା

କରେ ଯାହା ଟିକିନିଖି ।

ଖାଇ ଖାଇ ଜୀବ   କଳା ତା'ର ଜିଭ

ଦୂରୁ ନିଏ ରକ୍ତ ଶୋଷି

ବର୍ତ୍ତିଛି ବା କିଏ    ଛେଳି ରୂପେ ସିଏ

ଟୋକାଙ୍କୁ ରଖିଛି ପୋଷି ।

ସ୍ବାମୀକୁ ସେ ମାରି    ବସତିରୁ ଚାରି

ପିଲାଙ୍କୁ ନେଲାଣି ଚାଟି

ପଡିଛି ତ ଧରା      କରି ଦରମରା

ଚୂଟି ନିଆଯିବ କାଟି ।

କାନ୍ଦୁ ଯେତେ ଉଚ୍ଚ   ଇଜ୍ଜତ ତା' ତୁଚ୍ଛ

ଅର୍ଦ୍ଧନଗ୍ନେ ରହୁ ଛିଡା

ପଦେ ବି ନଶୁଣି    ଦେହସାରା ଝୁଣି

ଦେବେ ମର୍ମାନ୍ତକ ପୀଡା ।

ପୁରୁଷ କି ଆଜି      ଉଗ୍ରରୂପ ସାଜି

ନିଜକୁ ନପାରେ ଚିହ୍ନି

ପଡେ ରକ୍ତଛିଟା    ଫିଙ୍ଗିଲେଣି ଇଟା

ପାଇ ତାକୁ ଏକାକିନୀ ।

ଏ କଳଙ୍କ ପ୍ରଥା    ନୁହେଁ ନୂଆ କଥା

ଘଟୁଛି ଭାରତବର୍ଷେ

ନାରକୀୟ ଦଶା   ଦେଖି ଏ ତାମସା

ଜାତି ମୋ' ଉଛୁଳେ ହର୍ଷେ ।

ନାରୀର ସମ୍ମାନ     କନ୍ଦୁକ ସମାନ

ଏହାତେ ସେହାତେ ଖେଳେ

ପୌରୁଷର ଘାତେ   ବିଳପଇ ଆର୍ତ୍ତେ

ଜୀଅନ୍ତା ଭୂତଙ୍କ ମେଳେ ।



Rate this content
Log in

Similar oriya poem from Crime