STORYMIRROR

Amit Bal

Tragedy Crime Inspirational

4  

Amit Bal

Tragedy Crime Inspirational

(୨୩)#ପାଗଳୀ ମା'#ଗାଥା କବିତା

(୨୩)#ପାଗଳୀ ମା'#ଗାଥା କବିତା

1 min
273

ବୁଝି କେ ପାରିଛି ମନକୁ ତାହାର

            ଏ ହୃଦୟ ପାଖୁଡ଼ା ମେଲି

ପାଗଳୀ ପାଗଳୀ ଦୁନିଆ କହୁଛି

      ଜାଣେନା ସେ ବି ମା' ଟେ ବୋଲି ,


ସମୟ କରିଛି ପାଗଳୀ ଯେବେଠୁ

            ହିତା ହିତ ଜ୍ଞାନ ତା ନାହିଁ

ଖରାରେ ବର୍ଷାରେ ପଡ଼ି ସେ ରହିଛି

            ପୁଅର ବାଟକୁ ହିଁ ଚାହିଁ ,


ଗାଉଥାଏ ବସି ନାନାବାୟା ଗୀତ

          ଲୁହ ଯାଉ ଥାଏ ତା' ଝରି

ମାଆର ମମତା ଛାତିରେ ଭରିଛି

           ପାରୁନି ସ୍ମୃତି କୁ ପାସୋରି,


ଠେଙ୍ଗାଟିଏ ଧରି ଜହ୍ନ ରାତିରେ ସେ

           ଘୂରି ବୁଲେ ଗାଆଁ ସହରେ

ସଭିଏଁ କହନ୍ତି ପାଗଳୀ ପାଗଳୀ

           କୁକୁର ବି ଭୁକେ ଦୂରରେ ,


କହନ୍ତି ତ ଲୋକେ ଭଲ ଥିଲା କାଳେ

          ବୋହୁ ଥିଲା ସେ କାହା ଘର

ସ୍ବାମୀ ମରିଗଲା ଛୁଆଁ ହଜି ଗଲା

          ହେଲା ସେଠୁ ବାର ଦୁଆର,


ଭୋକ ଶୋଷ ଭୁଲି ପଡ଼ି ରହୁ ଥିଲା

            ଜିଇଁବା ମରିବାକୁ ଭୁଲି

ପାଗଳୀ ପାଗଳୀ ଦୁନିଆ କହୁଛି

     ଜାଣେନା ସେ ବି ମା'ଟେ ବୋଲି   ।

      

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy