STORYMIRROR

Prabhati Mahapatra

Tragedy Inspirational

4  

Prabhati Mahapatra

Tragedy Inspirational

ବୁନ୍ଦାଏ ଝାଳ

ବୁନ୍ଦାଏ ଝାଳ

1 min
269

ଶ୍ରମିକ ଭାଇ ତୋହରି ପାଇଁ

ଗରବ ଟିକା ନାଇ

କହଇ କଥା ତୋ ମନ ବ୍ୟଥା

ଆଜି ଯେ ମନ ନେଇ ।

ତୁହି ଆମର ମଉଡ ମଣି

ରହିଛି ଲେଖା ହୋଇ

ଶ୍ରମିକ ଭାଇ.....


ତୋ ଶ୍ରମ ଦାନେ ତୋ ଅନୁଦାନେ

ସଂସାର କ୍ଷୁଧା ଲିଭେ

ମା'ଟି ତାର ସନ୍ତାନ ପାଇଁ

ତୋ କଥା ନିତି ଭାବେ 

ବୁହାଇ ଝାଳ ଖାଇ ପଖାଳ

ରଖିଲୁ ଶ୍ରମ ଦେଇ ।

 ଶ୍ରମିକ ଭାଇ.....


ମାନସେ ତୋର କଳ୍ପନା ଘର

ନିହଣ ଧରି ହାତେ

କୋଟି ସୌନ୍ଦର୍ଯ୍ୟ କୋଣାର୍କ ଗଢି

ଫୁଟିଲୁ କଳା ଗୀତେ

ଆକାଶ ଛୁଆଁ କୋଠା ମହଲ

ତୋ ନାମ ଉଠେ ଗାଇ 

ଶ୍ରମିକ ଭାଇ .....


ଘୋଡା ସବାରି ଶଗଡ଼ ଗାଡ଼ି

ତୋର ଭାବନା ଦାନ

ଛୁଆ ଖେଳନା ପେଁକାଳିଟା

ହରଇ ଜନ ମନ

ଧାନ ଖଳାରେ ଖେଳାଉ ସୁନା

ଖରା ବରଷା ସହି

ଶ୍ରମିକ ଭାଇ .....


ଆସିଲା ଯେବେ ଝଡ଼ ତୋଫାନ

ଉଜୁଡି ଗଲା ଶସ୍ୟ

କରଜ ପାଇଁ ହାତ ପାତିଲୁ

ସାହୁ ଭାବଇ ଦାସ

ତୋ ମନ ଚିହ୍ନି କିଏ ଦେଇଛି

କହ ରେ ଟିକେ ଛାଇ 

ଶ୍ରମିକ ଭାଇ .....


ଲେଖନୀ ମୋର ତୋ ଗୁଣ ଲେଖି

ଥକି ଯିବନି ଦିନେ

ତୋର ଗାରିମା ଲେଖି ଚାଲିବି

ରହିବୁ ଜନ ମନେ

ତୁହି ମୋ ଟେକ ତୁହି ମୋ ଭିକ

ରହିଛି ପଥ ଚାହିଁ ।

ଶ୍ରମିକ ଭାଇ ......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy