STORYMIRROR

Anupama Sahu

Romance Tragedy

3  

Anupama Sahu

Romance Tragedy

ନିଶିଗନ୍ଧା-୩

ନିଶିଗନ୍ଧା-୩

1 min
228

ତୁମେ ଗଲା ପରେ 

ଦୀର୍ଘ ଦିନର ବିନିଦ୍ର ରଜନୀ 

ଆଉ ଆଖିରେ ନୀଳ ଆମନ୍ତ୍ରଣ, 

ତୁମେ ଯେମିିିତି ପଶି ଆସୁଛ 

ପ୍ରବେଶ ଦ୍ୱାର ଦେଇ 

ପ୍ରତିକ୍ଷିତ ପ୍ରକୋଷ୍ଠକୁ ମୋର 

ଯେଉଁଠି ନିତି ମୁଁ 

ଅପେକ୍ଷା କରେ ମୋ ସ୍ୱପ୍ନମାନଙ୍କୁ,

ଅନ୍ଧକାର ବିଜନ ପ୍ରକୋଷ୍ଠେ 

ଅସଜଡା ବାସ ବିନ୍ୟାସ 

ରଜନୀଗନ୍ଧାର ଗନ୍ଧ 

ହଠାତ୍ ତମ କର ସ୍ପର୍ଶ 

ଶିହରିତ ମୋର ଆପାଦ ମସ୍ତକ 

ତୁମ ବାହୁର ଦୃଢ ଆଲିଙ୍ଗନ 

ସତ୍ତା ମୋର ହଜିଯାଏ 

ତୁମରି ଭିତରେ 

ନିଜକୁ ପାଏନା ଖୋଜି 

ସର୍ବତ୍ର ଖାଲି ତୁମେମୟ, 

ତନ୍ଦ୍ରାଚ୍ଛନ୍ନ ଦୁଇ ଆଖି 

ଖୋଲି ଯେବେ ଦେଖେ 

ସୂର୍ଯ୍ୟଙ୍କ ସୁନେଲି କିରଣ 

ସେତେବେଳେ ତୁମେ ନ ଥାଅ 

ନିସ୍ତବ୍ଧ ନିର୍ଜନେ ହାରି ଯାଏ ନିଶିଗନ୍ଧା 

ଛାତି ତଳେ କବର ଦେଇ 

ଦେହର ଭୋକ 

ଅନୁଭବ କରେ ଗୋଟେ 

ସମୁଦ୍ରର ଶୋଷ। 


               

               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance