STORYMIRROR

Ajit Kumar Raut

Tragedy Inspirational

3  

Ajit Kumar Raut

Tragedy Inspirational

ସମୟର ଅପୂର୍ବ ଲୀଳା

ସମୟର ଅପୂର୍ବ ଲୀଳା

1 min
247

ପ୍ରଭୁଙ୍କ ଲୀଳା ଅପୂର୍ବ ଅଟେହିଁ

ବୁଝି ନ ପାରନ୍ତି ଜଣେ,

ଗ୍ରୀଷ୍ମର ଋତୁର ପ୍ରଚଣ୍ଡ ଖରାରେ

ପ୍ରଚଣ୍ଡ ବତାସ ଆଣେ।୧।


ବର୍ଷର ପ୍ରଖର ଦିଶେଟି ଋତୁରେ

ଘଡଘଡି ଶବ୍ଦ ଶୁଭେ

ସଙ୍ଗକୁ ଆସିଛି କରୋନା ଯନ୍ତ୍ରଣା

ହାହାକାର ରାବ ଶୁଭେ।୨।


ଶାନ୍ତି ନାହିଁ ଏବେ ଜୀବନ ଯାତ୍ରାରେ

କର୍ମ କରିବାକୁ ହେବ,

ପ୍ରଭୁଙ୍କ ଚରଣେ ଭକ୍ତି ରଖି ନିତ୍ୟେ

ଜନ ସେବିବାକୁ ହେବ।୩।


ଜୀବନର ମୂଲ୍ୟ ନିଃସ୍ୱାର୍ଥ ସେବାରେ

ସମର୍ପଣ ଭାବ ରହୁ

କର୍ତ୍ତବ୍ୟ ପଥରେ ମନୁଷ୍ୟ ଜୀବନ

ଧର୍ମପଥେ ସଦା ରହୁ।୪।


ଆସୁ ପଛେ ଯେତେ ବାଧାବିଘ୍ନ ଏଠି

ବିଚଳିତ ନୋହୁ ମନ,

କର୍ମପଥେ ସଦା ପଥଗାମୀ ହେଉ

ପ୍ରଭୁ ଭକ୍ତି ରହୁ ମନ।୫।


ପ୍ରଭୁଙ୍କର ଲୀଳା ଅପୂର୍ବ ଅଟେହିଁ

ବୁଝି ନପାରନ୍ତି ଜଣେ,

ଗ୍ରୀଷ୍ମର ଋତୁର ପ୍ରଚଣ୍ଡ ଖରାରେ

ପ୍ରଚଣ୍ଡ ବତାସ ଆଣେ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy