STORYMIRROR

DEEPAK KUMAR PATRA

Tragedy

3  

DEEPAK KUMAR PATRA

Tragedy

ଏ କି ବ୍ୟାଧି

ଏ କି ବ୍ୟାଧି

1 min
225

ଆଜି ଅଛି, କାଲି ନାହିଁ

ଦେଖୁ ଦେଖୁ ଆପଣା ଛାଏ

ଉଭେଇ ଯାଉଛନ୍ତି 

ନିଜ ଆଖି ସମ୍ନାରୁ

ଅନେକ ପରିଚିତ ମୁହଁ।

ବିଶ୍ୱାସ ହେଉନି

ଅବିଶ୍ୱାସ କରିବାର

ଯୁ' ବି ନାହିଁ

କେତେବେଳେ କେଉଁ ମୁହୂର୍ତ୍ତରେ

କେମିତି ଆସୁଛି

ହସିଲା ପୁରିଲା ପରିବାରକୁ

ନିମିଷେ ଭାଙ୍ଗୁଛି।

ଏଣେ ଆମେ ଅତ୍ୟାଧୁନିକ ଯୁଗର

ମଣିଷ ବୋଲି

ବାହାସ୍ଫୋଟ ମାରୁଛେ,

ତେଣେ ସଂଜୀବନି ନେଇଥିବା

ମଣିଷକୁ ବି ମୃତ୍ୟୁ ଘୋଷାଡ଼ି ନେଉଛି।

ଏ କି ବ୍ୟାଧି

ଯେଉଁଠି ମଣିଷ 

ମଣିଷକୁ ଛୁଇଁବା ମନା.....

ପାଖକୁ ଯିବା, କଥାହେବା

ସବୁକିଛିରେ ଟଣା ହୋଇଛି ଲକ୍ଷ୍ମଣ ରେଖା।

ମାଆ ଦେଖି ପାରୁନି

ପୁଅର ମଲା ମୁହଁ

ପୁଅ ଦେଖି ପାରୁନି ବାପାକୁ, 

ପତ୍ନୀ ବି ପାରୁନି ଦେଖି ସ୍ୱାମୀକୁ। 

ତେଣେ ଅନିର୍ବାପିତ ଜଳୁଛି

ଶ୍ମଶାନରେ ଜୁଇ

ଆଉ କେତେ ଜଳିବ, ଜାଳିବ 

କିଛି ଜଣା ନାହିଁ।

ଭୋ ଭୋ କାନ୍ଦି ବି ପାରୁନି

ଆଖି ଲୁହ ଆଖିରେ ଶୁଖୁଛି 

ଛାତି କୋହ ବାଷ୍ପରୁଦ୍ଧ ହେଉଛି

ଆପଣାର ଲୋକଙ୍କୁ ହରାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy