ସୀମାହୀନ ପଥିକ
ସୀମାହୀନ ପଥିକ
ସୀମାହୀନ ଆକାଶରେ
ଅହେତୁକ ମେଘର ସମାହାର
ଖଣ୍ଡ ଖଣ୍ଡ ହେଇ ବୁଲୁଥିବା
ଭାସମାନ ସ୍ୱପ୍ନ ମୋର ...।
ସମୁଦ୍ର ର ସୁନୀଳ ଜଲରାଶିରେ
ଉଠୁଥିବା ଉଚ୍ଚ ଜୁଆର
ଜୀବନର ଉଠାଣି ଗଡ଼ାଣିରେ
ଗତିଶୀଳ ଦୁଃଖ ସୁଖ ମୋର .....।
ସମୁଦ୍ର ର ବିସ୍ତୀର୍ଣ୍ଣ ବେଳାଭୂମିରେ
ପ୍ରଚଣ୍ଡ ସ୍ରୋତ ପବନର
ଆଶା ଆଉ ନିରାଶାର ଦୋଳନରେ
ଦୋଳାୟିତ ଭାଗ୍ୟ ମୋର..୍।
ତଥାପି,
ଉଠିବାକୁ ହେବ
ଚାଲିବାକୁ ହେବ
ପବନର ବିପରୀତ ଗତିରେ
ସ୍ୱପ୍ନ ର ପଥେ ପଥେ ।
ଲଢ଼ିବାକୁ ହେବ
ଉଠିବାକୁ ହେବ
ପୁଣି କ୍ଷତ ବିକ୍ଷତ ବି
ହେବାକୁ ପଡିବ
ନିଜର ସାମର୍ଥ୍ୟକୁ ନେଇ
ଆଗେଇବାକୁ ହେବ
କାହିଁକି ନା ?
ସମୀର ଆଉ ଜୁଆର ବେଗ ବଢିଲେ
କାତ ବି ଭାଙ୍ଗିଯାଏ
ଉଠାଣି ଗଡ଼ାଣି ପରେ
ମଣିଷ ମଧ୍ୟ କୋହରେ ରୁନ୍ଧି ହୁଏ
ଯେତେବେଳେ ସେ ତା’ର
ଭବ ସାଗର କାତ ଘୋରିହେବାର ଦେଖେ ।
