ମନର କଥା
ମନର କଥା
ଦୁଃଖ କହିଦେଲେ
ଆପଣା ଲୋକକୁ
ଦୁଃଖ ତ ଲାଘବ ହୁଏ
ନ ଶୁଣିଵା ଲୋକ
ଆଗରେ କହିଲେ
ଦ୍ବିଗୁଣିତ ହୋଇ ଯାଏ ।
ମନର ଵେଦନା
ଦେହର ଯାତନା
ଯେଵେ ସହିହୁଏ ନାହିଁ
କହିଦେଲେ ଟିକେ
ହାଲୁକା ଲାଗଇ
ନ କହିଲେ ଜଳୁଥାଇ ।
ମନର ମଣିଷ
ନଵୁଝିଲେ ଦୁଃଖ
ହୃଦୟ ହୁଏ କରତି
ସଂସାରଟା ସାରା
ଲାଗେ ଦୁର୍ଵିସହ
କିବା ଦିନ କିବା ରାତି ।
ନିଜେ ଦୁଃଖେ ସିନା
ଘାରି ହେଉଥାଇ
କାହାକୁ ପାରେନା କହି
କରମ ଆଦରି
ସହିବାକୁ ହୁଏ
ଯାହା ଲେଖିଛନ୍ତି ଵିହି ।