STORYMIRROR

Panchanan Jena

Tragedy

3  

Panchanan Jena

Tragedy

ଶବ୍ଦ ମନ୍ଥନ

ଶବ୍ଦ ମନ୍ଥନ

1 min
127


ଯାହାସବୁ କହିଗଲି ଶବ୍ଦସବୁ ଖିଲିଖିଲି

ବାକ୍ୟ ବାଣରେ ଲଗେଇ

ପାଟିରେ ଧରିଲି ମୁଁହରେ କହିଲି ଗାଇଲି

ଶବ୍ଦ ପଦ ଛନ୍ଦ ବସେଇ ।


ଯାହାକିଛି କହି ପାରିଲିନି

ଥୋଡ଼େଅଧେ ବକି ପାରିଲିନି


କରିଲି ଚେଷ୍ଟା ପ୍ରଚେଷ୍ଟା ବହୁବାର

ଅପଚେଷ୍ଟା ଆରମ୍ଭିଲି ଆଗୁସାର

ଥକିଲି ବରଂ

ପାଟିରୁ ଫୁଟିଲାନି

ଜିଭ ଆଉଡ଼େଇଲାନି

ଥଙ୍ଗଥଙ୍ଗ ହେଲି ଅବଶ୍ୟ

ଆକାର୍ଜିମୂଳା ସଦୃଶ ପରାସ୍ତ ହେଲି ।


କିଛି କହିଲେ ସଂସ୍କାର ପାଇଁ

ଅଧେ କହିଲେ ଅନୁଭୂତି ପାଇଁ

କୁଆଡେ ମୁଁ କହି ପାରିଲିନି ।


କିନ୍ତୁ ବୋଉ କହିଲା

ଭଲ କରିଛୁ କହିନାହୁଁ

କହିଥିଲେ କୂଳ କୁଟୁମ୍ବକୁ ଲାଜ 

ଲକ୍ଷ୍ମଣରେଖା ଟପିନୁ କିନ୍ତୁ ସଜବାଜ


ବୁଝିଲୁ ମୋ ଧନ 

କହିବା ପୂର୍ବରୁ ଫଳାଫଳ ଆକଳନ

ସମୀକ୍ଷାର ଚୁମ୍ବକୀୟ ମନ ମନ୍ଥନ

ବୁଦ୍ଧିମାନ ପଦବୀରେ କରିଛି ଉଚ୍ଚାସୀନ


ପରନ୍ତୁ ଆଉଟୁ ପାଉଟୁ ମୋର ମନ

ବହୁତ କଥା କହିବାକୁ ଉଚ୍ଚାଟ ଉଚ୍ଛନ୍ନ

କହି ହେଉନି କି ସହି ହେଉନି

ବଳ ପାଉନି ମନ ବି କହୁନି


ମାନ ସମ୍ମାନର ଶୃଙ୍ଗଳ 

ଘର ମର୍ଯ୍ୟାଦାର ମେଖଳ

ସଂସ୍କାର ସଭ୍ୟତାର ଜଞ୍ଜିର

ସୀମାରେଖାର ତିନିଗାର


ଡେଇଁବାକୁ ହେବ

ଛିଣ୍ଡେଇବାକୁ ହେବ

ବିଗୁଲର ସ୍ଵର ବଜେଇବାକୁ ହେବ

ବିଦ୍ରୋହର ସ୍ଫୁଲିଙ୍ଗ ଜଳେଇବାକୁ ହେବ

ଶତାବ୍ଦୀର କୋହକୁ ଲହରେଇବାକୁ ହେବ 

କାରଣ

ବଧିରା କାନରେ ଗୁଞ୍ଜନ

ବାକ୍ୟ ବାଣ ମନ୍ଥନ ପ୍ରଦାନ

ଚାହିଁ ଶୋଇଥିବା ଜନେ

ଉଠେଇ କହିବାକୁ କାନେ

ଚାପି ନ ରଖ ସୁଧିଜନ

ପାଟି ଫଟେଇ ପଘା ଛିଣ୍ଡେଇ

  କହିବା ହିଁ ସର୍ବାଦୌ ପ୍ରୟୋଜନ 

  ଆୟୋଜନ ସର୍ବୋତ୍ତମ ଅବଲମ୍ବନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy