STORYMIRROR

Dr.Priyadarshee Praharaj

Tragedy

3  

Dr.Priyadarshee Praharaj

Tragedy

ଅଜ୍ଞତା

ଅଜ୍ଞତା

1 min
182


ଶିଶୁ କାଳେ ନଥିଲା ମୋ ପାଇଁ

ବାଡ଼ ବିଚାର।

ଉଲଘଂନ ଘଣ୍ଟ କର୍ଣ୍ଣେ ବାଜୁନଥିଲା

ବିସ୍ତାରି ଡର।।

ଘୁରି ବୁଲୁଥିଲି ଘର ଦ୍ୱାର ଏପାଖ ସେପାଖ

ନା ଥିଲା ବୋଝ ନା ସମ୍ଭ୍ରମତାର ହାହାକାର।।

ଜ୍ଞାନ ଲାଭ ପରେ ହାତ ଗଣ୍ଠି 

ଆଖି ପିଚ୍ଛୁଳାକେ ବାହାଘର।

ହାତ ଗୋଡ଼ରେ ପଡ଼ିଗଲା ବେଡି

ବେକ ନଇଁ ଗଲା ବୋଝ ଅପାର।।

ବୁଝି କିଛି ପାରିଲିନି ଦୋଷୀ କଲି ସଭିଙ୍କୁ 

ମୁଁହ ପୋତି ଆଇନା ଆଗରେ ନିନ୍ଦିଲି ଭାଗ୍ୟକୁ।

ଆଖି ପୋଛି ଦେଖିଲି ଆଇନା ଦେହରେ 

ମୋ ପ୍ରତିବିମ୍ବ ଦଶଭୁଜା ମୂର୍ତ୍ତିରେ।।

ଆଚମ୍ବିତ ହୋଇ ଧାଇଁ ଆସିଲି ଠାକୁର ଘରକୁ 

ମୁଣ୍ଡିଆ ମାରି ବୁଝାଇବାକୁ ନେହୁରା ହେଲି ପ୍ରଭୁଙ୍କ ଆକାରକୁ।।

ପ୍ରଭୂ ଯେ କହିଲେ ନାରୀ ସର୍ବରୂପୀ ସର୍ବତୋମୁଖୀ ସର୍ବଗୁଣୀ।

ଚେତନା ଭରି ଜ୍ଞାନୋଦୟ କଲେ ମୋ ମନେ ସ୍ପଷ୍ଟ ବଖାଣି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy