STORYMIRROR

Dr.Priyadarshee Praharaj

Drama Tragedy Crime

4  

Dr.Priyadarshee Praharaj

Drama Tragedy Crime

ଶେଷ ସ୍ପର୍ଶ

ଶେଷ ସ୍ପର୍ଶ

1 min
375

ଜୀବନ ଜଞ୍ଜାଳରେ ଘାଣ୍ଟି ହୋଇ,

ବୁଝି ପାରିନଥିଲି ମର୍ମ,

କାହୁଁ ଗଡ଼େଇ ଚାଲିଲି 

ସୁଖ ଭରା ଦିନ ସବୁ

ଅଭିମାନକୁ କରି ଧର୍ମ।


ଚେଷ୍ଟା କରିଥିଲ ତୁମେ,

ତ୍ୟାଗ ସଂଚିଥିଲ ତୁମେ

ଅମାନିଆ ସାଜିଥିଲି ମୁଁ,

ନିଶାର ସାହାରା ନେଇ

ରାଗରେ ଜର୍ଜରିତ ହୋଇ

ଭଣ୍ଡ ପାଲଟି ଗଲି ମୁଁ ।


ଜିଦଖୋର୍ ଦର୍ପକୁ ନିଚ ବିବେକ

କୁତ୍ସିତ ଚିନ୍ତାଧାରା ସଙ୍ଗେ ଅପାଠୁଆ ଭେକ,

ଗର୍ବର ପାହୁଣ୍ଡ ପକେଇ ଆଗକୁ ଗଲି ମାଡ଼ି

ତମ ପ୍ରେମକୁ କ୍ଷତାକ୍ତ କରିଲି ଭତ୍ସନା ଦେଲି ଅଜାଡ଼ି।


ଭାଙ୍ଗି ଗଲା ଦାମି ସ୍ନେହର କୁମ୍ଭ

ଆଣ୍ଠେଇଲା ଯେବେ ତମ ନିସ୍ଵାର୍ଥପର ଦମ୍ଭ,

ହତାଶ ହୋଇ ତମେ ପାଷାଣ ଯେ ପାଲଟିଲ 

ଜନ୍ହ ଆଲୋକରେ ବି ତମେ ମଳିନ ଦିଶିଲ।


ଲେଖି ଗଲ ଚିଠି

ପ୍ରକଟି ତୁମର ଭାବ,

ନଥିଲା ସେଥିରେ ଫରିଆଦ

ନା ଥିଲା ଅସନ୍ତୋଷ ଭରା ଆର୍ତ୍ତନାଦ।


ଛାତିରେ ଜମିଲା ପୀଡ଼ା

ଯେବେ ଏକା କରି ଦେଲ ମତେ,

ପାଇଲିନି ଆଉ ପଛକୁ ଫେରିବାର ବାଟ

ଦୋଷୀକୁ ପ୍ରକୃତ ଶାସ୍ତି କରିଲା ଆକଟ।


ସେଇ ଥିଲା ତମର ସ୍ପର୍ଶ 

ଶେଷ ଏ ଜୀବନର,

ଲିଭି ଗଲା ଅସ୍ତିତ୍ବର ବର୍ଣ୍ଣ

ଯୁଇ ବଢି ଯେବେ ରଚିଲା ହାହାକାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama