STORYMIRROR

Dr.Priyadarshee Praharaj

Tragedy Action Classics

3  

Dr.Priyadarshee Praharaj

Tragedy Action Classics

ଆମେ ପତାକା ଉଡେଇଛୁ

ଆମେ ପତାକା ଉଡେଇଛୁ

1 min
152


ଆମେ ପ୍ରକୃତରେ ସ୍ଵାଧୀନ ହେଇଛୁ

ସ୍ଵାଧୀନ ହବାର ଅହଂ ରକ୍ତ ଆମ ଦେହରେ ପ୍ରବାହିତ

ସ୍ୱାଧୀନତା ସ୍ବାଦ ଚାଖି ପାରିଛୁ ବୋଲି ଆମେ ପତାକା ଉଡେଇଛୁ। 


ହେଲେ ସ୍ଵାଧୀନ ମାନେ କଣ ଆମେ ସଠିକ୍ ବୁଝିଛୁ????


ଇଂରେଜ ଶାସନକୁ ତଡ଼ି

ଆଜି ସ୍ଵାଧୀନ ଭାବେ ଆମେ ତାଙ୍କ ପଛେ ଧାଉଁଛୁ

ପାଟ୍ରିଆର୍ଚ୍ଚି ନିଆଁରେ ନ ଜଳି ଆମେ ସ୍ଵାଧୀନ ଭାବେ ରାଜନୀତି କାଦୁଅ ଘାନ୍ତୁଛୁ।


କଣ ହେଲା ତେବେ ......

ପ୍ରତି ବର୍ଷ ତ ଆମେ ଛାତି ଫୁଲେଇ ପତାକା ଉଡଉଛୁ।


ନିଜ ସଂସ୍କୃତି ଭୁଲି ପାଶ୍ଚାତ୍ୟ ସଂସ୍କୃତି ଆପଣାଇ 

ଖଣ୍ଡିଆ ଭୂତ ସାଜିଛୁ,

ସ୍ଵାଧୀନତାକୁ ଢାଲ କରି ତର୍କ ବିତର୍କରେ ଅସନ୍ଥଣା, ଅସଙ୍ଗତ ଆବାରଣ ନିଜର କରି ପାରୁଛୁ।


ଏ ପ୍ରସଙ୍ଗ କାଇଁ ପାଇଁ.......

ଯେତେବେଳେ ଅମେ ରାସ୍ତା,ଘାଟ, ଘର, ପାଚେରୀରେ ସବୁଠି ପତାକା ଉଡଉଛୁ।


କର୍ମ ଗାଦିରେ ବସି, ଭ୍ରଷ୍ଟାଚାର ମାଳ ପିନ୍ଧି

ବୋଲାଉ ଆମେ ସ୍ୱାଧୀନ

ଆଇନ୍ କାନୁନ୍ କଟକଣା ପଇସା ଆଶ୍ରିତ ମାଜେଣା

ପରିହାସ କୋଳେ ସଚ୍ଚୋଟ, 

ସତ ସବୁଠି ଖଣ୍ଡିତ, ପରେ ଦଣ୍ଡିତ।


କିଏ ବା ମାନିବ ଏ କଥା .......

ଯେବେ ପ୍ରତିଦୀନ ଆଇନ୍ ଭବନ ଆଗେ ଆମେ ପତାକା ଉଦଉଛୁ।


ପ୍ରତିଭାକୁ ବାଦ୍ ଦେଇ ସଂରକ୍ଷଣକୁ ଆପଣେଇ 

ବେକାରୀ ସମସ୍ୟାକୁ ଅସୁଲ କରୁଛୁ

କ୍ରମୋନ୍ନତି ପଥରେ ସ୍ଵାଧୀନ ଭାବେ

ମାଗେଣା ଲୋଭ ଦେଖେଇ ଭୋଟ କିଣୁଛୁ।


କେତେ ବା ଯାଏ ସେଥିରେ କେତେ ବା ଆସେ ......

ଯେବେ ସବୁ ଜାଣି,

ମିଶି ଭୁଲ୍ ବାଟରେ 

ସେଇ ପତାକାକୁ ଉଡେଇ ନଉଛୁ ।


ଦୁଃଖରେ ରହି ହସି ପାରୁଛୁ

ଧର୍ମକୁ ଥଟା କରି ସ୍ୱାର୍ଥ ସାଧୁଛୁ

ସେଥି ପାଇଁ ତ ଆମେ ସ୍ୱାଧୀନ ହେଇଛୁ

ଅନ୍ୟ କୁ ଦେଖେଇ ପତାକା ଟାଣୁଛୁ ।।


ମର୍ମଟି ଆଜି ବି ଅଜଣା

ସ୍ଵାଧୀନ ମୁଖା ତଳେ ଆମେ ଚେତନାଶୂନ୍ୟ

ଅଯୌକ୍ତିକ, ହାସ୍ୟାସ୍ପଦ ଭାବେ ଆମେ ପରାଧୀନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy