STORYMIRROR

Soumya Shubhadarshinee

Romance Tragedy

3  

Soumya Shubhadarshinee

Romance Tragedy

**** ମୋହ*****

**** ମୋହ*****

1 min
26.3K




ମାଟିର କି ବାସ୍ନା ଅଛି

ଜାଣେ ଖାଲି ବର୍ଷା

ସ୍ପର୍ଶରେ ତା ଯୋଜନଗନ୍ଧା

ଦିଏ ଭାରି ଇର୍ଷା

......


ସେ ସୁଗନ୍ଧ ତୁମ ସ୍ମୃତି

ଖୁଵ ମିଠା ଏକାନ୍ତ ନିଜର

ଜଗାଏ ସୁପ୍ତ ସମ୍ଭାବନା

ପ୍ରତିଶ୍ରୁତି ତୁମ ବିଶ୍ୱାସର

........


କିନ୍ତୁ ତୁମେ ବର୍ଷା ପରି

ସତେ ଭାରି ଆନମନା

କଥା ଦେଇ ଆସିଲନି

ଅବଶେଷ କେବଳ ଯାତନା

........


ମୌସୁମୀ ର ପଦପାତେ

ଛୁଇଁ ଦେଇ ଚାଲିଗଲ

ପ୍ରତୀକ୍ଷା କରୁଛି ମାଟି

ଫେରା ପଥ ହଜେଇଲ

.......


ତୁମେ କି ସତେ ମାୟା

ବର୍ଷା ଭିଜା ମାଟିର ମୋହ

ଯଦି ଫେରିବାର ନଥିଲା

ସ୍ୱପ୍ନ ଦେଲ କାହିଁକି କୁହ?


ସ୍ୱପ୍ନ ସବୁ କରୁଛନ୍ତି

ଷଡ଼ଯନ୍ତ୍ର ତୁମ ସହ

ଅବଶେଷ ଖାଲି

ହୃଦୟରେ ସୁପ୍ତ କୋହ।



ସୌମ୍ୟା ଶୁଭଦର୍ଶିନୀ

Co-କୃତିବାସ ମହାପାତ୍ର

At- ନୂଆପଡା

Po- ନୟାବଜ଼ର

Dist-କଟକ

ଓଡିଶା

Pin-୭୫୩୦୦୪

Mail id- soumyanlucy@gmail.com

Mobile No_ 70087683004.


Rate this content
Log in

Similar oriya poem from Romance