Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumya Shubhadarshinee

Fantasy

3  

Soumya Shubhadarshinee

Fantasy

ଦାମ

ଦାମ

1 min
260



ଯେଉଁଠୁ ଆରମ୍ଭ କରିଥିଲି ଯାତ୍ରା

ସେଇ ଗାଁ ମୁଣ୍ଡର ମାଟି ମୁଠେ ଚାହୁଁଛି

ସେଇ ନାରଣ କକେଇ ମାଲପୁଆ

 ଆଉ ସଞ୍ଜୁଆ ଅନ୍ଧକାରର ଚମକ ଖୋଜୁଛି ।


କୁହା ଯାଇ ନଥିବା ତମାମ ଗପର

    ଅସମାପ୍ତ ଉପସଂହାର ଲେଖୁଛି 

ଶୁଣା ଯାଇ ନଥିବା ଅଗଣିତ କବିତାର

  କାବ୍ୟିକ ଚେତନାକୁ ଅନୁଭବ କରୁଛି ।


କୁହ ତୁମକୁ କଣ ମୋର ଏଇ ସଂଳାପ

 କେବଳ ପାଗଳର ପ୍ରଳାପ ଲାଗୁଛି 

ନା ତୁମେ ବି ବୁଝୁଛ ମୋ ଭିତରକୁ 

 ତୁମକୁ ମଧ୍ୟ ମୋ ସ୍ମୃତି ବ୍ୟତିବ୍ୟସ୍ତ କରୁଛି ।


ଜାଣ ମୋତେ କିନ୍ତୁ ଏମିତି ହିଁ ଲାଗୁଛି ଯେମିତିକି ମୁଁ

 କ୍ଲାନ୍ତ ପ୍ରଜାପତିର ସ୍କେଲ ନେଇ 

 ମୋ ପ୍ରତୀକ୍ଷାର ବୟସ ମାପୁଛି

ନିରିଖେଇ ଦେଖ ଥରେ ତୁମେ

 ତୁମକୁ ବିଗତ ଦିନର ଦାମ ମାଗୁଛି ।


Rate this content
Log in

Similar oriya poem from Fantasy