STORYMIRROR

Soumya Shubhadarshinee

Inspirational

3  

Soumya Shubhadarshinee

Inspirational

ସୁରକ୍ଷିତ

ସୁରକ୍ଷିତ

1 min
185


 


ବୋଧ ଶକ୍ତି ଠୁ ପରେ

  ଚେତନ ଓ ଅବଚେତନରେ

କିଛି ଅଛି କି ଏମିତି 

  ଯାହା ଆମକୁ ସ୍ୱୟମ୍ଭୁ କରେ


ଅଛି ଯଦି ଖୋଜିନେବୁ

  କାଲି ପାଇଁ ନିଜକୁ ଗଢିବୁ

ମୁଁ ନୁହେଁ ଆମେ ଭିତରେ 

  ସ୍ୱପ୍ନ ନୁହେଁ ସତ୍ୟ ସନ୍ଧାନିବୁ


ମମତ୍ୱକୁ କବର ଦେଇ  

 ସାର୍ବଭୋମତ୍ୱକୁ ଉଠେଇବୁ

କେଇ ମୁଠା ବିଶ୍ୱାସର ବୀଜ

  ଭବିଷ୍ୟତ ପାଇଁ ତୁ ତିଆରିବୁ


ବିଶ୍ୱାସ ଯେବେ ଦମ୍ଭ ହରେଇବ

   ଜୀବନ ଯେବେ ବ୍ୟାକୁଳ ହେବ 

ସ୍ୱପ୍ନ ଯେବେ ବିବର୍ଣ୍ଣ ହେବ 

   ବାସ୍ତବ ଯେବେ କ୍ଷତାକ୍ତ ହେବ 


ସମ୍ଭାବନାର ଆଲୋକେ ଅନ୍ଧାର ଭେଦିବୁ 

   ଆଜିପାଇଁ ନୁହେଁ କାଲିପାଇଁ ଏଇ ଅବକ୍ଷୟ ପୃଷ୍ଠାର କାଳିମା

     କେବଳ ତୁ ଲିଭେଇ ପାରିବୁ 


ତୁ ହିଁ ଭରିବୁ ପ୍ରାଣ ସଂଜୀବନୀ

   ସଂଚାରିବୁ କିଛି ପୁଣ୍ୟ ସ୍ପନ୍ଦନ 

ଅଦୃଶ୍ୟ ମୃତ୍ୟୁ ଦୂତକୁ ପ୍ରତିହତ କରି

   ଭେଟି ଦେବୁ ସଭିଙ୍କୁ ଜୀବନ


ଆଜି ଅଛି ଯେଉଁ କାଳର କରାଳ 

   ବିଶ୍ୱାସ ଅଛି ରହିବନି ଚିରକାଳ 

ହେ ଭବିଷ୍ୟତ ଯୁଗ ଦୀପକ କୁଳ

    ତୁ ହିଁ ନିର୍ବାପିତ କରିବୁ ଏ ଅନଳ


ନିଜ ଭିତରର ଶକ୍ତି ଉଜ୍ଜୀବିତ କରି

   ପ୍ରାଣର ପ୍ରବାହ ଚିରସତେଜ କରିବୁ

ନବ ଜୀବନର ମଧୁର ଶୁଭ ଶଙ୍ଖ ଶବ୍ଦ

   ତୁ ହିଁ ଗଗନେ ପବନେ ଉଚ୍ଚାରିବୁ


ହୁଏତ ଖୁବ୍ କଷ୍ଟକର ମୁଁ ଜାଣେ

  କିନ୍ତୁ ଏଇ ଭିତରେ ହିଁ ଜୀବନ ସାଇତିବୁ

ଭୟ ଓ ଶଙ୍କା ସହ ସାଲିସ କରି

  ତୁ ନିଜ ଭିତରେ ନିଜକୁ ନିବୁଜ କରିବୁ


ତୋତେ କହିପାରେ ଏମିତି କାରଣ 

   ମୁଁ ଜାଣେ ତୁ ନିଶ୍ଚିତ ପାରିବୁ

ଭିଡରେ ନୁହେଁ ଏକାକୀ ଭାବେ

 ମୃତ୍ୟୁଞ୍ଜୟ ମନ୍ତ୍ର ଉଚ୍ଚାରି ସୁରକ୍ଷିତ ରହିବୁ 


        

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational