STORYMIRROR

Soumya Shubhadarshinee

Tragedy

3  

Soumya Shubhadarshinee

Tragedy

ଥରୁଟିଏ କୁହ

ଥରୁଟିଏ କୁହ

1 min
131


ଖିନଭିନ ହେଇଯାଉଥିବା

ତୁମ କଳିକାର ଅନ୍ତରଦାହ ,,


    ତା' ପ୍ରତି ରକ୍ତ କଣିକାର ଯନ୍ତ୍ରଣା 

   ନିଭୃତ ହୃଦୟ ର ବୁକୁଫଟା କୋହ ,,


ତା' ଅଲୁଳାଇତ କେଶର ଧୂଳି

କଜଳ ଲେଶା ଆଖିର ଲୁହ ,,


    ତା' ରାହୁଗ୍ରସ୍ତ ଦେହର ନଷ୍ଟ ରୂପ

    ଭୁଲୁଣ୍ଠିତ ସ୍ୱପ୍ନର ଉପେକ୍ଷିତ ମୋହ,,


ତା' ମୁକୁଳା ଯୌବନ ଲାଳସାରେ 

ଶଇତାନ ବେପାରୀଙ୍କ ନିର୍ଲଜ ମୁହଁ,,


 ତା' ନିରୀହ ହସ ଟିକକର ମୃତ୍ୟୁର

ଉତ୍ତରଦାୟୀ କିଏ ଈଶ୍ବର ତୁମେ କୁହ 

ହେ ମୋ ପରିଚିତ ଈଶ୍ବର ଥରୁଟିଏ କୁହ ??


ତୁମେ ତ ବିଶ୍ୱ ନିୟନ୍ତା , ସର୍ବ ଶକ୍ତିମାନ

ତୁମେ ସୃଷ୍ଟି , ପାଳନ, ବିଲୟ ର କାରଣ,,


କୁହ ଏତିକି ଟିକେ ସଂଶୟ ମୋର କି 

ତୁମେ ମୋଚନ କରିବାକୁ ଅକ୍ଷମ ????


      ହେ ଈଶ୍ୱର 

     ଥରୁଟିଏ କୁହ 

       ଥରୁଟିଏ କୁହ 

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy