STORYMIRROR

Soumya Shubhadarshinee

Abstract

3  

Soumya Shubhadarshinee

Abstract

ରାତିଏ ନିଦ

ରାତିଏ ନିଦ

1 min
199


ଏକଦମ ତାଜା ଗାଢ଼ କାଳିମା ଲଗା

ତା' ମୃତ୍ୟୁ ଡାକ ରାସ୍ତାରେ  

ହୁଏତ ସ୍ପଷ୍ଟ ଶୁଭୁଛି ସଭିଙ୍କୁ 

 ଦିନ ରାତି ଚବିଶ ପ୍ରହରେ ।


ଯନ୍ତ୍ରଣାର ଇସ୍ତାହାର ପବନରେ 

 ଶଙ୍କାର ବାର୍ତ୍ତା ସଭିଙ୍କ ଭିତରେ

ଜାକିଜୁକି ପଙ୍ଗୁ ସ୍ୱପ୍ନତକ 

 ନିବୁଜ ଏବେ ବିବଶତାର ସିନ୍ଧୁକରେ।

 

ମୁର୍ହୂ ମୁର୍ହୂ ରୂପ ବଦଳେଇ

ବେଶ ବଦଳେଇ , ଭୂଷା ବଦଳେଇ

ବାରମ୍ବାର ଆସୁଛି ସେ 

ଖବରକାଗଜରେ ଖବର ହେଇ

ଆମ ଲାଗି ସନ୍ତ୍ରାସ ନେଇ।


ଇପ୍ସା ମୋର ହୁଅନ୍ତି ଦଧିଚୀ

 ବଜ୍ର ତିଆରନ୍ତି ମୋ ଅସ୍ଥିରେ 

ଯେଉଁଥିରେ ନିପାତ ହୁଅନ୍ତା 

 ସେ ଅଦୃଶ୍ୟ ସର୍ବହନ୍ତା ଅଚୀରେ ।


ହୁଏତ ଏଇ ଇଚ୍ଛା 

ତୁମକୁ ବେହିସାବୀ ଲାଗିବ

ଥୋକେ ମୋତେ ବିସ୍ମୟ ଭାବିବେ

ଥୋକେ ମୋତେ ପାଗଳ କହିବେ।


କିନ୍ତୁ ଏତକ ବିଦାୟୀ ବେଳାରେ 

ଜନହିତ ପାଇଁ ଉଦ୍ଦିଷ୍ଟ 

ଗୋଟେ ପ୍ରୟାସ ବୋଲି

ଗୋଟିଏ ବି ଲୋକ ଯଦି ବୁଝିବ

ଶେଷ ଦିନଗୁଡିକର ସମ୍ଭାବନା

ଶତ ଗୁଣିତ ହେବ ।


ଆକାଶର ଅଦୃଶ୍ୟ ଉଲ୍ଲାସ

ଉଜ୍ଜ୍ବଳ ଓ ଦୀପ୍ତିମନ୍ତ ହେବ 

ଆଉ ତୁମେ ସବୁ ପାଇବ

ମୁଠେ ସ୍ୱପ୍ନ ଭରା ନିଦ।


ସେତିକି ଅମୁଲ ମୂଲ

ସବୁ ମଣିଷଙ୍କ ପାଇଁ 

ହଜିଛି ଯେ ଅଗ୍ନାଅଗ୍ନି ବନସ୍ତରେ 

ଆମ ଅଖିର ସରହଦ ଭୁଲେଇ ।



ନିରୂପଦ୍ରବ ଜୀବନ ଏବେ ଅପହଞ୍ଚ 

ସୁରକ୍ଷିତ ମୁହୂର୍ତ୍ତ ଏବେ ଦୁଷ୍ପ୍ରାପ୍ୟ

ଆଉ ନିଦ କଥା 

ବୁଝିପାରିବେ ସଭିଏଁ 

ସୁଧିଜନେ , ବିଜ୍ଞଜନେ ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract