STORYMIRROR

Soumya Shubhadarshinee

Fantasy Others

3  

Soumya Shubhadarshinee

Fantasy Others

କେବେ ବୁଝିବ କୁହ

କେବେ ବୁଝିବ କୁହ

1 min
169

ଏଇଠି କଣ୍ଟ ଦେଇ 

ଚାଲିଗଲା ସମୟ ଯେବେ ....


ମୁଁ ଥିଲି 

ସଦ୍ୟଜାତ ସମ୍ପର୍କର ବାସ୍ନା ବିଭୋର

ସାଜିଥିଲି 

ଅନାବନା ରଫ ଖାତାର ଚିତ୍ରକର 


ଆମେ ଦୁହେଁ

ଦୁଇ ପ୍ରାନ୍ତର ନଦୀ ଧାରେ ବସିଥିଲେ ନିସ୍ତୁପ

ଶବ୍ଦହୀନ 

ଲାଗୁଥିଲେ ଯେମିତି ବସ୍ନାୟିତ ସନ୍ଧ୍ୟା ଧୂପ 

 

ପପ୍ କର୍ଣ୍ଣ 

ଯେମିତି ଫୁଟେ ଆବଦ୍ଧ କୁକରରେ

ଟକମକ

ସଶବ୍ଦେ ଠିକ ସେମିତି ଆମ ଗପ

ଏ ଓଠରୁ ସେ ଓଠ 

ବନ୍ଧ ବାଡ ନମାନି 

ପ୍ରସାରିତ ହେଲା ବେଳେ 

କହିଲ ତୁମେ ତାକୁ ପାପ


ମୁଁ କିନ୍ତୁ ଶେଷ ପାପୀର ପରିଚୟ ପାଇଁ 

ବାରମ୍ବାର ରଚୁଥିଲି ସେଇ ନିସିଦ୍ଧ ଅଭିସାର

ଯେଉଁଠି ସମୟ କଣ୍ଟ ଦେଇ ଚାଲିଗଲା 

କରିଦେଇ ତୁମ ଶୁନ୍ୟ ମୁହୂର୍ତ୍ତ ସବୁ ବେକାର 


ମୁଠେ ଅରୁଆ ଚାଉଳ ପାଣିରେ ଭେଦେଇ

ଚିତା ଲେଖିବାର କୁଶଳୀ ହାତରେ ମୋ 

ଧରେଇ ଦେଲ ଅବସୋସ ଆଉ କୋହ


ଯେଉଁଥିରେ କେବଳ ଅନ୍ଧକାରକୁ ଆଙ୍କି ହୁଏ 

ଅସହାୟତାକୁ ଉତାରି ହୁଏ ମନ ଚିତ୍ରରେ 

କେବେ ଆଉ ଏଇ ଟିକେ କଥା ବୁଝିବ କୁହ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy