Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumya Shubhadarshinee

Others

3  

Soumya Shubhadarshinee

Others

ରାତିଏ ନିଦ

ରାତିଏ ନିଦ

1 min
216



ଏକଦମ ତାଜା ଗାଢ଼ କାଳିମା ଲଗା

ତା' ମୃତ୍ୟୁ ଡାକ ରାସ୍ତାରେ  

ହୁଏତ ସ୍ପଷ୍ଟ ଶୁଭୁଛି ସଭିଙ୍କୁ 

 ଦିନ ରାତି ଚବିଶ ପ୍ରହରେ 


ଯନ୍ତ୍ରଣାର ଇସ୍ତାହାର ପବନରେ 

 ଶଙ୍କାର ବାର୍ତ୍ତା ସଭିଙ୍କ ଭିତରେ

ଜାକିଜୁକି ପଙ୍ଗୁ ସ୍ୱପ୍ନତକ 

 ନିବୁଜ ଏବେ ବିବଶତାର ସିନ୍ଦୁକରେ

 


ମୁଃର୍ହୂମୁଃର୍ହୂ ରୂପ ବଦଳେଇ

ବେଶ ବଦଳେଇ , ଭୂଷା ବଦଳେଇ

ବାରମ୍ବାର ଆସୁଛି ସେ 

ଖବରକାଗଜରେ ଖବର ହେଇ

ଆମ ଲାଗି ସନ୍ତ୍ରାସ ନେଇ


ଇପ୍ସା ମୋର ହୁଅନ୍ତି ଦଧିଚୀ

 ବଜ୍ର ତିଆରନ୍ତି ମୋ ଅସ୍ଥିରେ 

ଯେଉଁଥିରେ ନିପାତ ହୁଅନ୍ତା 

 ସେ ଅଦୃଶ୍ୟ ସର୍ବହନ୍ତା ଅଚିରେ 


ହୁଏତ ଏଇ ଇଚ୍ଛା 

ତୁମକୁ ବେହିସାବୀ ଲାଗିବ

ଥୋକେ ମୋତେ ବିସ୍ମୟ ଭାବିବେ

ଥୋକେ ମୋତେ ପାଗଳ କହିବେ


କିନ୍ତୁ ଏତକ ବିଦାୟୀ ବେଳାରେ 

ଜନହିତ ପାଇଁ ଉଦ୍ଦିଷ୍ଟ 

ଗୋଟେ ପ୍ରୟାସ ବୋଲି

ଗୋଟିଏ ବି ଲୋକ ଯଦି ବୁଝିବ

ଶେଷ ଦିନଗୁଡିକର ସମ୍ଭାବନା

ଶତ ଗୁଣିତ ହେବ 


ଆକାଶର ଅଦୃଶ୍ୟ ଉଲ୍ଲାସ

ଉଜ୍ଜ୍ୱଳ ଓ ଦୀପ୍ତିମନ୍ତ ହେବ 

ଆଉ ତୁମେ ସବୁ ପାଇବ

 ମୁଠେ ସ୍ୱପ୍ନ ଭରା ନିଦ


ସେତିକି ଅମୂଲ ମୂଲ

 ସବୁ ମଣିଷଙ୍କ ପାଇଁ 

ହଜିଛି ଯେ ଅଗ୍ନାଅଗ୍ନି ବନସ୍ତରେ 

 ଆମ ଅଖିର ସୀମାରେଖା ଭୁଲେଇ 



ନିରୁପଦ୍ରବ ଜୀବନ ଏବେ ଅପହଞ୍ଚ 

ସୁରକ୍ଷିତ ମୁହୂର୍ତ୍ତ ଏବେ ଦୁଃଷ୍ପ୍ରାପ୍ୟ

ଆଉ ନିଦ କଥା 

ବୁଝିପାରିବେ ସଭିଏଁ 

ସୁଧିଜନେ, ବିଜ୍ଞଜନେ 


( ଜୀବନ ପ୍ରତି ହଜାରେ ପ୍ରଶ୍ନବାଚୀ ରଖିଯାଇଥିବା ମୁହୂର୍ତ୍ତର ଅନୁଭବ ) 


 


Rate this content
Log in