STORYMIRROR

Soumya Shubhadarshinee

Abstract

2  

Soumya Shubhadarshinee

Abstract

ସଙ୍ଗୋପନ ପରେ ......

ସଙ୍ଗୋପନ ପରେ ......

1 min
2.7K

ଅଛି ମୋ ଭିତରେ 

   ସତେଜ ହେଇ ଏବେବି 

     ସେଇ ଇଭ୍ ର ହୃଦୟ 

ଖୁବ୍ ସଙ୍ଗୋପନରେ ଜାଣ ତୁମ ଅଲକ୍ଷ୍ୟରେ


ନିଷିଦ୍ଧ ଫଳର ସେଇ ଅଜବ ପ୍ରଲୋଭନ

ବିଲୀନ ହେବାକୁ ବାରମ୍ବାର ତୁମ ଭିତରେ  

ନିଶ୍ଚିହ୍ନ ହେଇ ପୁଣି ଗୁଜୁରୀ ଯିବାର ଇପ୍ସା

ସୃଷ୍ଟି ରହସ୍ୟ ଭେଦିବାର ନୀଳ ଆମନ୍ତ୍ରଣ


କିନ୍ତୁ ଜାଣ


ମୁଁ ବୋହି ଆସିଛି ଆଦିମତା ମୋ ଭିତରେ

ସହି ନେଇଛି ଅପବାଦ ବିନା ପ୍ରତିବାଦରେ

ଗଢି ତୋଳିଛି ନନ୍ଦନ କାନନ ଏଇଠି 

 ସାବଲୀଳ ଭାବରେ ଶୁଷ୍କ ପୃଥିବୀରେ


ଏଇ ଆଶାରେ ଯେ


କାଉଁରୀ କାଠିର ଛୁଆଁରେ ମୁକୁଳିଯିବି

କନକ କନ୍ୟାର ପାଷାଣ ଦେହ ଦେହଳିରୁ ମୁଠେ ସମ୍ଭାବନାର ବୀଜ ସାଇତି ନେଇ 

ପୁଷ୍ପିତା ହେଇ ଭୁରୁଭୁରୁ ବାସ୍ନାମୟୀ ହେବି



କିନ୍ତୁ


ତୁମେ ହୁଏତ ବୁଝ ବା ବୁଝନି ଏଇ ଅନୁଭବ

ଅବା ବୁଝି ଅବୁଝା ହେବାର ଅଭିନୟ କର

ଏମିତି ଅଦାମ ହେବାର ପ୍ରଲୋଭନ ଦେଇ

କାହିଁକି କେଜାଣି ଦୋଛକି ରେ ଛାଡି ଦିଅ


ତଥାପି କହିବି


ଅଛି ମୋ ଭିତରେ 

   ସତେଜ ହେଇ ଏବେବି 

      ସେଇ ଇଭ୍ ର ହୃଦୟ 

ଖୁବ୍ ସଙ୍ଗୋପନରେ ଜାଣ ତୁମ ଅଲକ୍ଷ୍ୟରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract