ତୁମେ ଚାଲିଗଲା ପରେ
ତୁମେ ଚାଲିଗଲା ପରେ
1 min
28.5K
ରିମ୍ ଝିମ୍ ରିମ୍ ଝିମ୍ ବର୍ଷା ଝରେ
ନିଝୁମ ରାତିରେ ମୋ ଝରକା ପାଖେ
ଭିଜିବାକୁ ଆଜି କାଇଁ ଇଚ୍ଛା ହୁଏ
ମିଠା ମିଠା ତୁମ ପ୍ରେମ ସ୍ଵପ୍ନରେ।
ଭଲପାଇବାର ସରହଦ ପାରେ
ମଧୁ ଭରା ରାତିର ପ୍ରୀତି ଭରା ଜ୍ୟୋସ୍ନାରେ
ବହୁଦୂରେ ଝାଉଁ ବଣେ, ବେଳାଭୂମି ଧାରେ
ବୁଲୁଥିଲେ ଦୁହେଁ ନିରୋଳାରେ।
ସ୍ନିଗ୍ଧ,ପୁଲକିତ ତୁମ ମଧୁର ନିସ୍ଵନେ
ବିମୋହିତ ସେହି ବିଜନ ବେଳାରେ
ଆବେଗ,ଆନନ୍ଦେ,ଉଚ୍ଛ୍ଵସିତେ
ପୁରି ଉଠୁଥିଲା ପ୍ରାଣ ଆହ୍ଲାଦରେ।
ମଗ୍ନ,ତନ୍ଦ୍ରାଛନ୍ନ ଥିଲି ପ୍ରଣୟ ପୀୟୂଷେ
ମନ ଆଜି ବିରହ ବିଷାଦେ ଝୁରେ
ସ୍ମୃତି ତୁମ ସାଉଁଟେ ନିଶି ଅନ୍ଧାରେ
ଶଶୀ ବିଧୁରିତ ଉଆଁସ ତିଥିରେ।
ବାଲି ଘର ଧୋଇଯାଇଛି ବୀଚିରେ
ବର୍ଷାର ଛିଟା ବାରୁଦର ଗୋଳା ଲାଗେ
ଅବସନ୍ନ ହୃଦୟ ଅବସାଦେ ବୁଡେ଼
ସ୍ଵପ୍ନ ବିସ୍ମୃତ ତୁମେ ଚାଲିଗଲା ପରେ।
