STORYMIRROR

Manasi Tripathy

Inspirational

3  

Manasi Tripathy

Inspirational

ଇଶ୍ୱରଙ୍କ ବରଦାନ

ଇଶ୍ୱରଙ୍କ ବରଦାନ

1 min
13K


ପିତା ସ୍ଵର୍ଗ, ପିତା ଧର୍ମ, ପିତା ହିଁ ପରମ ବ୍ରହ୍ମ

ପିତ୍ରାଦେଶ ଜଗତରେ ଏକା ଶ୍ରେଷ୍ଠ କର୍ମ।

ପିତା ଯୋଗୁଁ ପ୍ରାପତ ହୁଅଇ କୁଳ ନାମ

ପିତା ଆଶୀର୍ବାଦ, ସ୍ନେହ ପାରାବାର ସମ।

ବା ବାୟୁ ପା ପାଣି ଉଭୟ ଲାଗି ଜୀବନ

ଧରାପୃଷ୍ଠେ ବାପା ରୂପେ ସ୍ଵୟଂ ଭଗବାନ।

ମହାଦ୍ରୁମ ପିତା, ଡାଳ ପତ୍ର ସେ ସନ୍ତାନ

ବଗିଚା ମାଳି ପିତା, ପୁତ୍ର କନ୍ୟା ଫୁଲ ସମ।

ଅତି ଯତ୍ନେ ପାଳେ ମାଳି ଚାରା, ପୁଷ୍ପ ଯେମନ୍ତ

ପାଳିଥାନ୍ତି ପିତା, ପୁତ୍ର କନ୍ୟା ସେହି ମତ।

ଅମୃତ ପରଶ ବାଣ୍ଟି ଥାନ୍ତି ସାରା ଜୀବନ

ଭାଗ୍ୟବାନ୍ ଯିଏ ତାକୁ ମିଳେ ବାପା ଚରଣ।

ସ୍ନେହ, ଆଦର, ଆଦର୍ଶରେ ସଦା ମୂର୍ତ୍ତିମନ୍ତ

ସନ୍ତାନ ସରାଗେ କରନ୍ତି ଅସାଧ୍ୟ ସାଧନ।

ବାପା ବିନା ଜୀବନଟା ହୁଏ ନାମ ହୀନ

ବାପା ପାଇଁ ପରା ଯେତେ ମାନ ସନମାନ।

ତ୍ୟାଗକରି ଯେତେ ନିଜ ସୁଖ, ସ୍ଵପ୍ନ, ସ୍ଵାର୍ଥ

ଚିତ୍ତେ ଘାରେ ସଦା ସନ୍ତାନର ଲାଭ ଅର୍ଥ।

ଏକ ମାତ୍ର ପିତା ସେ ଯେ ଅମୋଘ କାରଣ

ଭୟ, ଭ୍ରାନ୍ତି, ଦ୍ଵନ୍ଦ୍ଵ କରିବାକୁ ନିବାରଣ।

କୋଟି ନିଧି କରିବାକୁ ଅପତ୍ୟେ ପ୍ରଦାନ

ପିତା ରୂପ ଇଶ୍ୱରଙ୍କ ଅମୂଲ୍ୟ ବରଦାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational