STORYMIRROR

Manasi Tripathy

Inspirational Others

3  

Manasi Tripathy

Inspirational Others

ଅମୂଲ୍ୟ ସମ୍ପଦ

ଅମୂଲ୍ୟ ସମ୍ପଦ

1 min
13.7K


ମମତାମୟୀ ତୁ ମୋର ମାଆ

ଈଶ୍ଵରଙ୍କ ବରଦାନେ ପାଇଛି ମୁଁ ଯାହା।

ଅମୃତ ଝରା, କରୁଣାର ଧାରା,

ପଣତେ ତୋ ସ୍ନେହ ପ୍ରେମ ଭରା।

ଅନ୍ଧାରରେ ଯଦି କେବେ ମତେ -

ଭୟ ଲାଗେ! ତୋ କୋଳେ,

ମୁହଁ ଲୁଚାଇ ସବୁ ବିପଦକୁ

ଏଡ଼ାଇ ଦେଇ ଯାଇପାରେ।

ଖୁସି ହେଲେ କେବେ, ମୁଣ୍ଡ ରଖି -

ତୋ ଛାତିରେ କହିଥାଏ ହସି।

ମୋ ସୁଖ ଦୁଃଖ ସବୁ ତୋ ଲାଗି।

ତୋ ବିନା ଶୁନ୍ୟ ଜଗତ ସାରା।

କେବେ କେଉଁ ଦୁଃଖଦ ସମୟେ

ତୁ ମନେପଡ଼ୁ ବେଶି, ଭାବେ ତୋ କଥା

ଯଦି ତୁ ଥାଆନ୍ତୁ ପାଖେ ମୋର

ମଥା ମୋ ଆଉଁଷି ଦିଅନ୍ତୁ ହସି,

ସ୍ପର୍ଶ ତୋର ଆହା! କି ନିଆରା।

କେହି କିଛି କହିଦେଲେ, ଅବହେଳା ପାଇଲେ

ଭାଳେ ସବୁବେଳେ ଥାଆନ୍ତୁ କି ପାଖରେ

ନିଃସଙ୍ଗ ଲାଗୁଛି ଭାରି ଆଜି ମତେ

ତୋ ଠାରୁ ରହିଛି ବୋଲି ଦୂରେ।

ବୁଝୁଛି ମୁଁ ଆଜି କାହିଁକି କହେ ଦୁନିଆ?

ସାହା ନାହିଁ ତାର ନାହିଁ ଯାର ମାଆ।

ଠାକୁରଙ୍କୁ ଧନ୍ୟବାଦ, ଅମୂଲ୍ୟ ସମ୍ପଦ -

ମୋ ପାଖେ ଦେଇଛନ୍ତି ତାହା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational