STORYMIRROR

Manasi Tripathy

Inspirational

3  

Manasi Tripathy

Inspirational

ନୂତନ ଅଭିସାର

ନୂତନ ଅଭିସାର

1 min
14K


ସୁଖର ଦରିଆରେ ପହଁରୁ ପହଁରୁ

ବେଳାଭୂମିକୁ ଛୁଇଁବା ପୂର୍ବରୁ

ମାଡ଼ି ଆସେ ଅପ୍ରତ୍ୟାଶିତ ଦୁଖଃର ଜୁଆର

ସତେକି ସେ କଳାମେଘର ନିବିଡ଼ ଅନ୍ଧାର

ଅଣଚାଶ ପ୍ରଳୟଙ୍କାରୀ ବତାସ

ଦେବ ଅବା ସବୁ ଗ୍ରାସ କରି l

କରିଦେବ ନିଶ୍ଚିହ୍ନ ସବୁ କିଛି, ସୁଖର ସଂସାର

ଯାହାକିଛି ବାକିଥିଲା ଜୀବନର

ମିଥ୍ୟା ଅହମିକା, ଆଶା, ଆସ୍ଥା, ଅଭିମାନ

ହେବ ଅସରନ୍ତି ମରୁବାଲି l

ବିଶ୍ବାସର ଜଳଧାର ହୋଇବ ନିଶ୍ଚିହ୍ନ l

ଟାଣି ଟାଣି ନେଇଯିବ ଦୂରକୁ

ବହୁତ ଦୂରକୁ ସୁଖର ଦିଗବଳୟରୁ

ପରିହାସ କରିବ ଭାଗ୍ୟ ଫୁଟାଇ କୁଟିଳ ହସ l

ମଳିନ ଦିଶିବ ସେଠି ସତ୍ୟର ଆଲୋକ

ହାତ ବଢ଼ାଇ ଭିଡ଼ି ନେବ ଅନ୍ଧାର ତା କୋଳକୁ,

ଢାଙ୍କି ତା କଳା ପଣତ ସବୁ ଶେଷ କରିବାକୁ l

ତଥାପି ଏ ମନର ଆଶା ଖୋଜୁଥାଏ,

କାଳେ ଅବା ମିଳିଯିବ କେଉଁ ଏକ ଛିଦ୍ର,

ସେଇ ପଥ ଦେଇ ଫେରି ଆସିବ ପୁଣି,

କେଉଁ ଏକ କ୍ଷୀଣ ନୂତନ ଆଲୋକ l

ବଞ୍ଚିବାର ଆଶା ଭରସାକୁ ନେଇ,

ଜୀବନକୁ ଦେବ ଏକ ନୂଆ ମୁକ୍ତିପଥ।

ଏଠି ନାହିଁ ଖାଲି ମରୁବାଲି, ଧୂମ,

ଘନନୀଳ ସାଗରର ବିକ୍ଷିପ୍ତ ଢେଉମାନ,

ତେଣୁ ଖୋଜି ଚାଲେ ମୁଁ ଏଠି ଅହରହ

ଜ୍ୟୋସ୍ନାର ଶୀତଳତା ଠାରୁ ନିର୍ମୂଳି ଲତାର ଆଦି

ରୁଟି ଠାରୁ ଚନ୍ଦ୍ର ଆଉ ସୂର୍ଯ୍ୟ ପରିଯନ୍ତେ

ଅଥବା ବିନ୍ଦୁଏ ଜଳ ଠାରୁ ଅତଳ ପାରାବାର l

ଯେତେ ସବୁ ଖୋଜା ଖୋଜି, ଦ୍ବନ୍ଦ୍ବ ବିଚାର,

ଯାହା ପ୍ରହେଳିକା ଯିବ ଯେବେ ସରି,

ସୃଷ୍ଟି ହେବ ପୁଣି ଏକ ନୂତନ ଅଭିସାର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational