STORYMIRROR

Prasanta kumar Hota

Tragedy

3  

Prasanta kumar Hota

Tragedy

କହିବାକୁ ଆସିଥିଲି ମୋ ଦୁଃଖ ଗୁହାରି

କହିବାକୁ ଆସିଥିଲି ମୋ ଦୁଃଖ ଗୁହାରି

1 min
26.5K


କହିବାକୁ ଆସିଥିଲି ମୋ ଦୁଃଖ ଗୁହାରି

କହିବିନି ଆଉ କିନ୍ତୁ ଯାତନା ମୋହରି


ତୋ ଦେଉଳେ ଦେଖୁଛି ମୁଁ ଦୁଃଖି ମାଳ ମାଳ

ପାଇବାକୁ କୃପା ତୋର ଆଖି ଛଳ ଛଳ


ଦୁଃଖୀ ଜନେ ଦୁଃଖ ଦେଖି ଚିନ୍ତା ଯାଏ ମନ

ଯାଆନ୍ତା କି ଦୁଃଖ ତାଙ୍କ ପାଆନ୍ତେ ଜୀବନ


ଦେଖୁଥାନ୍ତି ହସ ତାଙ୍କ ମୁଖରେ ପ୍ଳାବନ

ମୋ ଦୁଃଖ ନଯାଉ ପଛେ ଆଣିବ ହ୍ଳାଦନ


ଏତେବଡ ଦୁନିଆରେ କିଏ ବା କାହାର

ତୋ ମନ୍ଦିରେ ଭେଟି ଦେଲେ ଦୁଃଖ ଯାଏ ଦୂର


କହିବକି ପ୍ରଭୁ ମୋତେ ହେ ବଡ ଠାକୁର

ଘୁଞ୍ଚିବ କି ଦୁଃଖ ତାଙ୍କ ମୁଁ ପଛେ ନାଦର


କହ ଥରେ କାଳିଆରେ ଶୁଣୁଛି ମୁଁ ସାରି

ଦୁଃଖି ଜନ ଯେତେଛନ୍ତି ଯାଆନ୍ତେ ନିସ୍ତରି


ଜମା ଆଉ କହିବିନି ଯାତନା ମୋହରି

କହୁଥିବି ତୋର ନାମ ଗୋବିନ୍ଦ ମୁରାରୀ


କହିବାକୁ ଆସିଥିଲି ମୋ ଦୁଃଖ ଗୁହାରି

କହିବିନି ଜପୁଥିବି ତୋର ନାମ ଧରି


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy