ସଂସ୍କାର ଭୁଲୁଛୁ ଯୁବା
ସଂସ୍କାର ଭୁଲୁଛୁ ଯୁବା
ବୃଦ୍ଧ ଚିନ୍ତା କରେ ସର୍ବଦା
ଶିକ୍ଷା ସମାଜେ ଦେବା
ରଚି ଦିଏ ତାର ରଚନା
ଜ୍ଞାନ ଯୁବାରେ ହେବା !
ସତ୍ୟ ଯା ଘଟଣା ସମାଜେ
ଘଟୁ ଅଛି ଟି ଯାହା
ବେକର ହୁଅନ୍ତି ଯୁବା ସେ
ରଚେ ରଚନା ତାହା !
ନିଶାର ସେବନ ବଢୁଛି
ସହର ଠାରୁ ଗାଆଁ
ଆଗ୍ରହ ବଢ଼ୁଛି ଯୁବାଙ୍କ
ହୃଦେ ଜଳୁଛି ନିଆଁ !
ନାହିଁ ରେ ସମ୍ମାନ ବୃଦ୍ଧର
କହେ କଟୁ ବଚନ
ଆଦର କାହଁରେ ପିତାର
କାହିଁ ତାର ସମ୍ମାନ !
ଭକ୍ତି ନାହିଁ ତା'ର ମନରେ
କରୁଛି ତିରସ୍କାର
ସଂସ୍କୃତି ସଂସ୍କାର ଭୁଲୁଛୁ
ଭବିଷ୍ୟତ ରାଷ୍ଟ୍ରର !
ଖେଳୁ ଥାଏ ଜୁହା ସର୍ବଦା
ଚିନ୍ତା ନାହଁ ଗୃହର
ଆଦର କାହିଁ ରେ ପତ୍ନୀର
ମନ୍ଦ କର୍ମେ ଆତୁର !
ରାଷ୍ଟ୍ରର ଭବିଷ୍ୟ ଯୁବକ
ତାଙ୍କ ହସ୍ତରେ ସବୁ
ମନ୍ଦ କର୍ମ କଲେ ଯୁବକ
ଚିନ୍ତା ଲାଗୁଛି ବାବୁ!
ଆତ୍ମନିର୍ଭର ଟି ହୋଇବୁ
ସ୍ବାସ୍ଥ୍ୟ ଶରୀର ଥିଲେ
ହୋଇଲେ ଜଡ଼ିତ ନିଶାରେ
କାହିଁ ପାଇବୁ ଭଲେ !
ତ୍ୟାଗ କର ବାବୁ ତାହାକୁ
ବୃଦ୍ଧ କହୁଛି ନିତି
କର ବହିଷ୍କାର ଏ ସବୁ
ଧ୍ୟାନଦେବୁ ତା ପ୍ରତି !
ଅମୃତ ଏ କାଳ ଆସିଛି
କାଳ ଉଚିତ ଏହା
ହସିବ ସଂସାର ଆନନ୍ଦେ
ତ୍ୟାଗ କରିଲେ ତାହା .।
