STORYMIRROR

Minakumari Tahala

Tragedy

3  

Minakumari Tahala

Tragedy

ଘର ଚଟିଆ ର ଦୁଃଖ

ଘର ଚଟିଆ ର ଦୁଃଖ

1 min
149


ଶୁଣ ଶୁଣ ମୋର ଭାଇ ଭଉଣୀ

ଘର ଚଟିଆ ର ଦୁଃଖ କାହାଣୀ।

କେଡେ ସୁନ୍ଦର ସେ ଟିକି ଚଢ଼େଇ

ଆକାଶେ ଖୁସି ରେ ଉଡି ବୁଲଇ।

ଚାଳ ଛପର ରେ କରଇ ଘର

ଦେଖି ବାକୁ ଲାଗେ ଭାରି ସୁନ୍ଦର।

ରଙ୍ଗ ତା'ର ଅଟେ ମାଟିଆ ପରି

ମାଟିଆ ରଙ୍ଗରେ ଧଳା ଟି ପରି।

ଘୁରି ବୁଲୁଥାଏ ଘରକୁ ଘର

କିଚିରି ମିଚିରି ମଧୁର ସ୍ବର।

ଏଡେ ସୁନ୍ଦର ସେ ଚଢ଼େଇ ଟିଏ

ଦିନ କୁ ଦିନ ଲୋପ ପାଏ।

ଆମ ପରିବେଶ ଦୁଷିତ ପାଇଁ

ଚଢ଼େଇ ଯାଉଛି ଲୋପ ହୋଇ।

ଆସ ତାଙ୍କ ପାଇଁ ଚିନ୍ତା କରିବା 

ବସାଟି ଏ ବାନ୍ଧି ସୁରକ୍ଷା ଦେବା।

ବଂଶ ବୃଦ୍ଧି ତାର ଯେବେ ହୋଇବ

ଆମ ପରିବେଶ ହସି ଉଠିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy