STORYMIRROR

Kabiratna Nutan Kumar Behera

Abstract Tragedy Classics

3  

Kabiratna Nutan Kumar Behera

Abstract Tragedy Classics

ଅଡୁଆ ପ୍ରଶ୍ନ

ଅଡୁଆ ପ୍ରଶ୍ନ

1 min
112


ଯେତେ ପ୍ରଶ୍ନ ତାର ଉତ୍ତର ମଧ୍ୟ ସେତେ

ସେ ପ୍ରଶ୍ନର ଉତ୍ତର ସମୟାନ୍ତରେ ଖୋଜୁ ଖୋଜୁ

ଯେବେ ସ୍ମରଣକୁ ଆସେ ନାହିଁ କିଛି ଉତ୍ତର

ପୂର୍ବ ପଠିତ ପ୍ରସଙ୍ଗର ଲବ୍ଧଜ୍ଞାନରୁ 

ତା' ଲାଗେ କିଟିମିଟିଆ ଏକ ଅଡୁଆ ପ୍ରଶ୍ନ

ସେ ହୋଇଥାଉ ବସ୍ତୁନିଷ୍ଠ କି ସଂକ୍ଷିପ୍ତ

ଅବା ଦୀର୍ଘ ଉତ୍ତର ମୂଳକ ଯା' ବି

ହୃଦବୋଧ ହୁଏ ତାହା ଭାରି କଠିନ ଜଟିଳ

ମନକୁ ଆସେ ଦ୍ଵନ୍ଦ ଠିକ୍ କ'ଣ ଭୁଲ୍ କ'ଣ 

ଗଣ୍ଠି ଲାଗିଥିବା ସୂତାବିଡାରୁ ଖିଅଟିଏ

ବାହାର କରିବା ଭଳି ହୁଏ କଷ୍ଟଦାୟକ 

ସବୁ ପ୍ରଶ୍ନର ଉତ୍ତର ଗଣିତ ସମୀକରଣ ପରି 

ନିର୍ଦ୍ଦିଷ୍ଟ ଭାବରେ ସମସ୍ତଙ୍କର ହୁଏ ନାହିଁ ଏକ

କି ବିଜ୍ଞାନ ପରୀକ୍ଷଣରୁ ସତ୍ୟାସତ୍ୟ ଭଳି 

ଦାର୍ଶନିକ ଦୃଷ୍ଟି କୋଣରୁ ପ୍ରଶ୍ନ ତ ବିବିଧ

ତାର ଉତ୍ତର ନା ନା ମୁନୀଙ୍କ ନା ନା ମତ 

ସେ ସବୁ ବୁଝି ନହେଲେ ଲାଗେ ଅଡୁଆ ପ୍ରଶ୍ନ

ଜଣା ଭିତରେ ଥାଏ ଅନେକ ଅଜଣା

ଅନୁସନ୍ଧାନ ଆଉ ଅଧ୍ୟବସାୟ ବଳରେ ହିଁ

ଉତ୍ତର ଖୋଜିବାକୁ ହୁଏ ଅଡୁଆ ପ୍ରଶ୍ନର

ଚାଲା ବାଟର ଦୋଛକିରେ ଅଟକି

ଖୋଜୁ କେଉଁଟା ଲକ୍ଷ୍ୟସ୍ଥଳକୁ ଯିବାର ଠିକଣା

ମଣିଷର ଜୀବନ ମଧ୍ୟ ଏକ ଅଡୁଆ ପ୍ରଶ୍ନ

ତା' ମଧ୍ୟରେ ବାଛିବାକୁ ନିଜ ରୁଚି ନୀତିରେ 

ସରସ ସୁନ୍ଦର ଜୀବନ ଗଠନର ଉତ୍ତର କ'ଣ...?

     



Rate this content
Log in

Similar oriya poem from Abstract