ଝଡ ବତାସର ଦିନ ସବୁ
ଝଡ ବତାସର ଦିନ ସବୁ
ଭୁଲି ହୁଏନାହିଁ ବିଗତ ଦିନର
ଅଙ୍ଗେନିଭା କଥା
ଝଡ ବତାସର ଦିନକୁ ସବୁ ,
ଆସିଛି ଆସିବ ଆଗକୁ କେତେ ବି
ପତାଇ ଛାତିକୁ
ସହିବାକୁ ହେବ ଜଞ୍ଜାଳ ଦାଉ ।
ଆସୁ ଝଡ଼ଝଞ୍ଜା ବନ୍ଯା ଦୁର୍ବିପାକ
ସଂକ୍ରାମକ ଯେତେ
ରୋଗ ମହାମାରୀ ଯିବାନି ଡରି ,
ରହିବା ସତର୍କ ସଚେତ ସତତ
ଆମ ସୁଉଦ୍ଯମେ
ଦୁଃଖ ପରେ ସୁଖ ଆସିବ ଫେରି ।
ପାହିବ ରଜନୀ ହୋଇବ ସକାଳ
ଫାଟିବ ସିନ୍ଦୂରା
ଘନ ଅନ୍ଧକାର ବକ୍ଷକୁ ଚିରି ,
ଅରୁଣ ଉଦୟ ହୋଇବ ନିଶ୍ଚୟ
ଝଡ ବତାସର
ଦୁଃଖ ଦିନ ସବୁ ଯିବ ବଦଳି ।
ହୋଇବାନି କେବେ ଦୁଃଖରେ କାତର
ସୁଖ ସମୟରେ
ଭୋଗ ବିଳାସରେ ଯିବାନି ମାତି ,
ହେବା ସ୍ଥିତପ୍ରଜ୍ଞ ପ୍ରତ୍ଯୁତ୍ପନମତି
ବିପଦ କାଳକୁ
ରଖିବା ଅବଶ୍ଯ କିଛି ସାଇତି ।
