STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଦୁଃଖ ହୁଏ ଅତି

ଦୁଃଖ ହୁଏ ଅତି

1 min
216


କି ରୋଗ ଆସିଲା ପବିତ୍ର ଦେଶରେ

ସବୁ ସ୍ଥାନ ହେଲା ଶୂନ୍ୟ,

ରାଧାକୃଷ୍ଣ ଯହିଁ ପୂଜନ ହୁଅନ୍ତି

ମନ୍ଦିର ହେଲା ହିଁ ଶୂନ୍ୟ।୧।


ଗୀତା ପାଠ ଯହିଁ ସଞ୍ଜେ ହେଉ ଥିଲା

ମନ୍ଦିର ପ୍ରାଙ୍ଗଣେ ନିତ୍ୟେ,

ଜ୍ଞାନ ଶିକ୍ଷା ଯହିଁ ନିତ୍ୟେ ମିଳୁ ଥିଲା

ଲୋକଶୂନ୍ୟ ହେଲା ନିତ୍ୟେ।୨।


ନ ଆସନ୍ତି ତହିଁ ଗାଆଁ ଭକ୍ତମାନେ,

ଏକତ୍ରିତ ହେଲା ମନା,

ଦୂରତା ରହିବା ଆବଶ୍ୟକ ହେଲା

ବାହାର ଆସିବା ମନା।୩।


ଗାଆଁ ଦାଣ୍ଡ ପୁଣି ଲୋକ ଶୂନ୍ୟ ହେଲା

ଯାତାୟାତ ହେଲା ମନା,

ଘରର ଭିତରେ ସମସ୍ତେ ରହିଲେ

ପ୍ରଭୁଙ୍କର ବିଡମ୍ବନା।୪।


ଶିବଙ୍କ ମନ୍ଦିର ଶୂନ ପଡ଼ି ଥିଲା

ନଦୀ କୁଳେ ଅବସ୍ଥିତ,

ଶିବଙ୍କ ପୂଜାରୀ ପୂଜନ ନିମନ୍ତେ

ତାଙ୍କରି ହିଁ ଉପସ୍ଥିତ।୫।


ପୂଜାରୀ କରିବ ପୂଜା ହିଁ ତାଙ୍କର

ଅନୁମତି ନାହିଁ ଭକ୍ତେ,

ଘରେ ରହି ସର୍ବୈ ପୂଜନ କରିବେ

ପ୍ରଭୁ ପଦେ ନିତ୍ୟେ ଭକ୍ତେ।୬।


ନିତି ମେଳି ହୋଇ ନଦୀ ତୁଠେ ଯିବା

ହୋଇ ଗଲା ତାହା ମନା,

ଏକଲା ଏକଲା ନଦୀ ତୁଠେ ଯିବେ

ସବୁ କିଛି ହେଲା ମନା।୭।


ମାସ୍କକୁ ପିନ୍ଧିବା ଆବଶ୍ୟକ ହେଲା

ପାଳନ କରିଲେ ସର୍ବେ,

ସାବୁନରେ ହାତ ଧୋଇବାର କାର୍ଯ୍ୟ

ଗ୍ରହଣ କରିଲେ ସର୍ବେ।୮।


ଅଦୃଶ୍ୟ ରୋଗଟି ଯନ୍ତ୍ରଣା ହିଁ ଦେଲା

ଭୟଭୀତ ହେଲେ ଜନେ,

ନିଃସ୍ୱାର୍ଥର କାର୍ଯ୍ୟେ ବିଜୟୀ ହେଉଛେ

ଗୌରବ ହିଁ ଜନେଜନେ।୯।


କି ରୋଗ ଆସିଲା ପବିତ୍ର ଦେଶରେ

ସବୁ ସ୍ଥାନ ହେଲା ଶୂନ୍ୟ,

ରାଧାକୃଷ୍ଣ ଯହିଁ ପୂଜନ ହୁଅନ୍ତି

ମନ୍ଦିର ହେଲା ହିଁ ଶୂନ୍ୟ।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy