STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Tragedy

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Tragedy

ଅଜଣା ଆଶଙ୍କା

ଅଜଣା ଆଶଙ୍କା

1 min
362

ଅଜଣା ଆଶଙ୍କା ମନ ଆକାଶରେ

    ଅଦିନିଆ ମେଘ ଆସି,

ଅସମୟେ ବର୍ଷେ ଭୀଷଣ ବରଷା

    ଆଶା ତରୀ ଯାଏ ଭାସି ।୧।

ଅତଳ ଗଭୀର ନଦୀର ସ୍ରୋତରେ

    ଅଲୋଡ଼ା ଭାଗ୍ୟ ମୋ ସାଥି,

ଆଖି ଖୋଜୁଥାଏ ବଂଚିବା ସାହାରା

   ଅତୀତକୁ   ଝୁରି    ନିତି ।୨।

ଅବେଳରେ ତୁମେ ଭେଟ ହୋଇଥିଲ

    ଆଶାର ମଶାଲ ଧରି,

ଅମା ଅନ୍ଧକାର ଦୂର ହେବ ଭାବି

    ଆପଣାର ନେଲି କରି ।୩।

ଅଳିକ ସୁଖରେ ବିଭୋର ମୁଁ ହେଲି

    ଅତି ନିକଟରେ ପାଇ,

ଅନେକ ସ୍ୱପ୍ନର ନାୟିକା ସାଜିଲ

    ଆଗାମୀ ଭବିଷ୍ୟ ପାଇଁ ।୪।

ଅଜଣା ରାଇଜେ ଚାଲିଯିବା ବୋଲି

    ଅଳି ଶୁଣୁଥିଲି ତୁମ,

ଆମ ସପନର ମହଲ  ତୋଳିବା

    ଅମର ହୋଇବ ପ୍ରେମ ।୫।

ଆମ ନିଜ ପଥ ହୋଇଗଲା ଭିନ୍ନ

    ଆପଣାକୁ କଲ ପର,

ଅଜଣା ସାଥୀର ହାତ ଧରି ତମେ

   ଅନ୍ୟ ସାଥେ କଲେ ଘର ।୬।

ଆମ ପ୍ରେମ ଏବେ ସ୍ମୃତିର କାହାଣୀ

    ଅତୀତ ଯାଇଛି ହଜି,

ଅମାନିଆ ମନ  ଦେଖୁଛି  ସପନ

    ଆଖି ନିତି ଯାଏ ଭିଜି ।୭।

ଅନେକ ଦୁଃଖ ଓ ଯନ୍ତ୍ରଣାରେ ବଞ୍ଚେ

    ଅଭୁଲା  ତୁମର  ପ୍ରୀତି,

ଆନମନା ହୋଇ ରହିଛି ଅନେଇ

   ଆସିବ କେବେ ମୋ ସାଥି ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy