STORYMIRROR

Ghanashyam Biswal

Romance Tragedy

4  

Ghanashyam Biswal

Romance Tragedy

ସ୍ୱାର୍ଥପର ହୃଦୟ

ସ୍ୱାର୍ଥପର ହୃଦୟ

1 min
216

ତୁମେ କି ବୁଝିବ

ମମତାର ମୂଳ

ଆଉ

ଦରଦୀ ମନର

ଅଭିମାନ,

ସ୍ୱାର୍ଥର ପୂଜାରୀ ତୁମେ

ସ୍ୱାର୍ଥ ପାଇଁ

ଜାଳି ପୋଡ଼ି ପାଉଁଶ କରିପାର

ସୁନାର ସଂସାର

ଭସ୍ମ କରିପାର

ପୁରୁଣା ସ୍ମୃତି

ହୋମ ନିଆଁରେ

ଦ୍ୱାହି ଦେଇପାର

ଦେଇଥିବା କଥା

କରିଥିବା ପ୍ରତିଜ୍ଞା

ଆଉ ପ୍ରତିଶ୍ରୁତି ବି

ଲୋଭୀ ତୁମେ

ପଶା ଖେଳରେ

ଅନାୟାସେ ହାରି ଯାଇପାର

ତୁମ ବିବେକର ତଣ୍ଟିଚିପି

ଆଉ

ମଣିଷପଣିଆକୁ ହତ୍ୟାକରି

ନର ରାକ୍ଷସ ସାଜିପାର

କାମୁକ ହୋଇ

ପୁଣି

ତୁଟାଇ ଦେଇପାର

ସାତ ଜନମର

ସମ୍ପର୍କ

ସ୍ୱାର୍ଥ ପାଇଁ

କାହିଁକି ନା

ତୁମେ ସ୍ୱାର୍ଥପର l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance