STORYMIRROR

Amulya Kumar Nayak

Tragedy

4  

Amulya Kumar Nayak

Tragedy

କରୋନା ମାନୁନୀ

କରୋନା ମାନୁନୀ

1 min
161


କୋରୋନା ମାନୁନୀ ଜାତି କି ଅଜାତି

   ମାନୁନାହିଁ କଳା ଗୋରା

କୋରୋନା ମାନୁନୀ ଧନୀ କି ଗରିବ

    ପାଦଚଲା,ଘୋଡାଚଢା (୧)


କୋରୋନା ମାନୁନୀ ଜ୍ଞାନୀ କି ବିଜ୍ଞାନୀ

    ଅବା ତୁଙ୍ଗ ରାଜନେତା

କୋରୋନା ମାନୁନୀ ଦେଶୀ କି ବିଦେଶୀ

    ଯେତେ ବଡ ଅଭିନେତା (୨)


କୋରୋନା ମାନୁନୀ ଖରା କି ବରଷା

    ଶୀତ,ବସନ୍ତର ବାର୍ତ୍ତା

କୋରୋନା ମାନୁନୀ କଞ୍ଚା କି ପାଚିଲା

     ଯୌବନ ବୟସ ବ୍ଯଥା (୩)


କୋରୋନା ମାନୁନୀ ଭଜନ କୀର୍ତ୍ତନ

     ଯେତେ ନେଲେ ହରିନାମ

କୋରୋନା ମାନୁନୀ କୋର୍ଟ କଚେରୀ

     ପାପ ଅବା ପୂଣ୍ଯଧାମ (୪)


କୋରୋନା ମାନୁନୀ ଏନ୍ତୁଡି ଶାଳ କି 

     ଜଳୁଥିବା ଜୁଇ ଚିତା

କୋରୋନା ମାନୁନୀ ଚାଷି ଅବା ଋଷି

     ଭାଗବତ ପୁଣି ଗୀତା (୫)


କରୋନା ମାନୁନୀ 'ହୁ' ର ବାରତା

     ଅବା ଜାତିସଙ୍ଘ କଥା

କୋରୋନା ମାନୁନୀ କିଏ ପରାଧିନ

     କେ'ପାଇଛି ସ୍ବାଧିନତା (୬)


କୋରୋନା ମାନୁଛି ସମଦୂରତାକୁ

     ମୁହେଁ ପିନ୍ଧିଥିଲେ ତୁଣ୍ଡି

କୋରୋନା ମାନୁଛି ସାନିଟାଇଜର

     ଥିଲେ ତୁମେ ଗୃହବନ୍ଦୀ (୭)


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy