ତୁ ମୁଁ ଓ ବାତ୍ୟା
ତୁ ମୁଁ ଓ ବାତ୍ୟା
ତୁ ପୁଣି ବାତ୍ୟା କୁ ଡରୁଛୁ?
ଉପକୂଳବାସୀ ମାନେ ସାକ୍ଷୀ ଥିବେ
ଯା ପଚାରି ଆସିବୁ..!
କେତେ ଥର ସେମାନେ
ବୁଡ଼ିଥିବେ ମୋ ଲୁହ ରେ
ଦେଖିଥିବେ ମୋ ଧର୍ଯ୍ୟ ର ଲ୍ୟାଣ୍ଡଫଲ
ଆଉ ଭୁଶୁଡ଼ୁଥିବା ସେ ପ୍ରେମ ର ପୋଲ ଗୁଡ଼ା;
ବାତ୍ୟା ସବୁସନ ଆସେ;
ତୁ ସନ୍ଧି କରୁ ଅଶାନ୍ତ ଢେଉ ମାନଙ୍କ ସହ
ବାତ୍ୟା ଉଜାଡ଼େ ଭଙ୍ଗା ଚାଳଘର
ତୁ ଉଜାଡୁ ମୋ ସ୍ୱପ୍ନ ର ତାଜମହଲ କୁ
ଭଙ୍ଗା ଚାଳ ତ ପୁଣି ଜିଁ ଉଠେ
ହେଲେ ମୋ ସ୍ବପ୍ନ କୁ ସାଉଁଟିବ କିଏ?
ବାତ୍ୟା କୁ ପରାସ୍ତ କରିହୁଏ
କିନ୍ତୁ' ତତେ...!
ବାତ୍ୟା ଗଲା ବେଳେ
ଛାଡ଼ି ଦେଇ ଯାଏ ଅନେକ ଦାଗ;
କୋଉ ପତ୍ର ର ସବୁଜ ରଙ୍ଗରେ
ନହେଲେ;
କେଉଁ ପୋଖରୀ ର ଗାଧୁଆ ତୁଠ ରେ
ହେଲେ ତୁ ଗଲା ବେଳେ
ଆହୁରି ଭସାଉ,
ତୁ ବି ଦାଗ ଛାଡୁ,
ହେଲେ କେବଳ କଟା ଦାଗ ||
ତୋ ଅଟ୍ଟହାସ୍ୟ ଓ ବାତ୍ୟା ର ଘଡଘଡ଼ି
ପରସ୍ପର ପରିପୂରକ;
ଏଠି ପ୍ରେମ କୁ ଖୋଜିବା ଅର୍ଥହୀନ ||
ତୁ ପରା ମୋ
ବାତ୍ୟା ପର ର ବିଭୀଷିକା;
ଆଉ ମୁଁ ବାତ୍ୟା ପଞ୍ଜୁରୀ ରୁ ବାହାରି ନୀଡ଼ ଖୋଜୁଥିବା
କ୍ଷତାକ୍ତ ମନ ଟେ!