STORYMIRROR

Manisha Biswal

Inspirational Others

3  

Manisha Biswal

Inspirational Others

ତରୁଣ

ତରୁଣ

1 min
187

ଜୀବନ ର ଶିଉଳି ତୁଠ ଏ

ଗୋଡ ଖସିବାର ଥାଏ ସମ୍ଭାବନା

ତାରୁଣ୍ୟ ଅଟେ ଭ୍ରମ ମରୀଚିକା

ଇଛା ମାନେ ବି ଆନମନା


ଆସେ ଏହା ପ୍ରତ୍ୟକ ଜୀବନେ

ହୋଇ ପରୀକ୍ଷା ର ବେଳ

ସୁ ସଂସ୍କାରେ ଭଲ ମଣିଷହେବ ଯେ

କୁସଂସ୍କାର କଲେ କାଳ


ତରୁଣ ସମୟ ମାନେନା ବନ୍ଧନ

ଦ୍ରୁତଗାମୀ ତାର ଗତି

ପରିଶ୍ରମ ବଳେ ହେବ ବଳିୟାନ

ନହେଲେ କୁପରିଣତି 


ଜାଣିବାର ଇଛା ପାଇବାର ଇଛା

କରେ ଖାଲି ଅସ୍ତ୍ୟବ୍ୟସ୍ତ

ତାରୁଣ୍ୟ ସାଜେ ସୁର୍ୟୋଦୟ ଘଡି

ନ କରିବ କେବେ ଅସ୍ତ


ତରୁଣ କାଳ ରେ ସଫଳ ହୋଇଲେ

ସାଜିବ ଜଗତ ଆଭା

ସମୟ କୁ ଜଗି କାର୍ଯ୍ୟ କରୁଥିଲେ

ପାଉଥିବ ସଦା ଶୋଭା 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Manisha Biswal

Similar oriya poem from Inspirational