STORYMIRROR

Manisha Biswal

Inspirational Others

3  

Manisha Biswal

Inspirational Others

ନାରୀ

ନାରୀ

1 min
213


ସେମାନେ କହିଲେ

ମୁଁ ଛୋଟିଆ ଅଘଟଣ ଟିଏ

ହଁ, ମୁଁ ନାରୀ ଟିଏ

ପ୍ରକାଶିତ ଖବର କାଗଜ କୁ

ହେଡ଼ ଲାଇନ ଯୋଗାଉଥିବା

ଖିଅ ଟିଏ


ମୁଁ ନଈ ମୁଁ ଆକାଶ

ମୁଁ ଦ୍ରୌପଦୀ ମୁଁ ଅହଲ୍ୟା

ରାସ୍ତା କଡ ରେ ପଡ଼ିଥିବା

ଅଲୋଡ଼ା ଖପୁରି ଟେ 


ମୁଁ ଇତିଶ୍ରୀ ମୁଁ ବେବିନା

ମୁଁ ମାଧବୀ ଲତା ମୁଁ ପରୀ

ବାପା ମା ଙ୍କର ସୁଖୁନଥିବା

ଆଖି ର ଲୁହ ଟେ


ମୋରି ସିନ୍ଥେଟିକ ଓଢଣୀ କୁ

କରାଯାଏ ମୋ ବେକ ର ଫାଶ

ବିରୋଧୀ ଦଳ ମାଡି ଆସନ୍ତି

ମୋ ପାଉଁଶ କୁ

ପୁଣି ତୋଳି ଧରିବାକୁ


ମୁଁ ଚାହିଁ ରହେ ଅନ୍ତରୀକ୍ଷ କୁ

ଖସି ଆସିଵେ କି ଆଉ

ନ୍ୟାୟ ସବୁ ଧୂମକେତୁ ପରି


ମୋ ଛାତି ପାଇଁ ଅନେକ ତୃଷ୍ଣା 

ତୃଷ୍ନା ପାଲଟେ ସଂଘର୍ଷର ଦୁଆର ବନ୍ଧ

ସଂଘର୍ଷ ରେ ହାରି ଚାଲେ ମୁଁ

ଅଜଣା ମାଲିକ ର ପିଆଦା ଟେ ହେଇ


ମୁଁ ସଭ୍ୟ ସମାଜ ର ଅପ୍ରିୟ ସତ

ଜହ୍ନ ରାତିର କଳଙ୍କିତ ପ୍ରେତ

କେଉଁ ଏକ କବିତା ର

ଶେଷ ଅବଶୋଷ

କେଉଁ ଏକ କାହାଣୀ ର

ମିଛ ଏକ ହସ


ପିଇଛି ମୁଁ ଯବନିକା ଶେଷ ରେ

ହସିବାର ଭିନ୍ନ ଏକ ଲୁହ

ନା ହେଇପାରେ ନଭ ର ନା ନାଭି ର

ହୁଏ ନା ମୁଁ କାହାରି 


ହଁ ମୁଁ ବି ଗୋଟେ ନାରୀ  

ହଁ ମୁଁ ବି ଗୋଟେ ନାରୀ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Manisha Biswal

Similar oriya poem from Inspirational