STORYMIRROR

Manisha Biswal

Others

4  

Manisha Biswal

Others

ଆକାଶ

ଆକାଶ

1 min
282

ଆକାଶ ସାରା ଆଜି

କଳା ବାଦଲର ସୁଅ

ଏଇ କି ଫାଟି ପଡିବ 

ଆକାଶର ଛାତି ଧଡ଼ କିନା


ଅସରନ୍ତି ବୋଝ

ଆକାଶର ମୁଣ୍ଡ ଉପରେ

ବାଡ଼ୁଅ ତାରା ମାନଙ୍କୁ

ଫିଙ୍ଗି ଦବ କି ଆଉ

ତଳ ମୁହାଁ କରି


ଆକାଶ ଓହ୍ଲାଇବାକୁ ଚେଷ୍ଟା କରେ

ତାଳ ଗଛର ପାହାଚ ଦେଇ

ଭରା ଦେଇ ବସିପଡ଼େ 

ପୃଥିବୀ ପିଠିରେ


ସବୁ ରଙ୍ଗ ସାରିଦେଇଛି

ଇନ୍ଦ୍ରଧନୁର ସାତ ରଙ୍ଗ ପାଇଁ

ଏବେ ମାଖିଛି ନିଜ ଦେହରେ

କିଟକିଟ ଅନ୍ଧକାରର କଳା


ଗ୍ରହମାନେ ଝୁଲିଛନ୍ତି

ଆକାଶର ପେଣ୍ଡାରେ

ରାମ୍ପି ବିଦାରି ବୁହେଇଲେଣି

ରକ୍ତର ବର୍ଷା


ଧୂମକେତୁ କଣା କରି ଚାଲିଗଲେଣି

ହୃଦୟର ଅଳିନ୍ଦ ନିଳୟକୁ

ଜହ୍ନ ବି ଲୁଚି ଗଲାଣି

ଅମାବାସ୍ୟାର କମଳ ଭିତରେ


ସାଗର ବି ଫେରେଇଦେଲା

ଲୁହ ସବୁ ଅଜଣା ସର୍ତ ରେ

ନା ହେଲା ଉତ୍ତାପର

ନା ହେଲା ଶୀତଳର

ଖାଲି ଯାହା ରହିଯାଇଛି

ନିର୍ବିକାର ମାଂସ ପିଣ୍ଡୁଳାଟେ


ଏବେ ଆକାଶ ଚାହିଁଛି

କେବଳ ଚାହିଁଛି

ନୂଆ ଏକ ସୂର୍ଯ୍ୟର

ଦମକାଏ ସ୍ପର୍ଶ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Manisha Biswal