Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aishwarya Mishra

Tragedy

4  

Aishwarya Mishra

Tragedy

କିଛି କଥା, କିଛି ବ୍ୟଥା

କିଛି କଥା, କିଛି ବ୍ୟଥା

1 min
195


ସରିବାକୁ ବସିଲାଣି 

ଜୀବନର ଆଉ ଏକ ଦିନ,

ଦିନ ସରିବା ସହ

ଦିନକୁ ଦିନ ମୁଁ ମଧ୍ୟ 

ହୋଇଉଠୁଛି ବଡ଼ ଦୀନ-ହୀନ ,


ଜୀବନରେ ଅଛି ଶୂନ୍ୟତା 

ସେଥିରେ ପୁଣି ,

ଏ ନିଷ୍ଠୁର ରାତିର 

ନୀରବଚ୍ଛିନ୍ନ ନୀରବତା ,


ଏମିତି ଲାଗୁଛି,

ସତେ ଯେପରି ଏ ନିର୍ଦ୍ଦୟ ସ୍ଵପ୍ନମାନ

ଏହି ମୂହୁର୍ତ୍ତରେ ,

ଜୀବନ୍ୟାସ ପାଇ

କବଳିତ କରିନେବେ ମୋତେ ,


ଏମିତିରେ ମୁଁ ଏକା

ଆଉ ମୋ ସହ ଏକା ଏକା ,

ମୋର ସବୁ ଅନାବନା 

ଯାବତୀୟ ଭାବନା ,


ଡାଏରୀର ପୃଷ୍ଠା ଉପରେ

ଆଙ୍କି ଦେଇଯା'ନ୍ତି 

ଅଙ୍କା-ବଙ୍କା କବିତାର ନକ୍ସାମାନ ,


ଆପ୍ରାଣ ଉଦ୍ୟମ କରନ୍ତି

ମୋତେ କବିର ପରିଚୟ 

ଦେବା ନିମନ୍ତେ ,


କିନ୍ତୁ ସେମାନଙ୍କ ଉଦ୍ୟମକୁ

ତିଳେ ମାତ୍ର ଖାତିର୍ ନ କରି

ମୁଁ ପ୍ରତିଥର ମୁକୁଟ ପିନ୍ଧେ

ଏକ ଅସଫଳ କବିର ,,,


Rate this content
Log in

Similar oriya poem from Tragedy