(୧୬)# ଅମାବାସ୍ୟା #
(୧୬)# ଅମାବାସ୍ୟା #
ଯନ୍ତ୍ରଣା କ୍ରମଶଃ ଘନୀଭୂତ ହେଉଥିଲା
ସ୍ୱପ୍ନ ବିଭୋର ସମୃଦ୍ଧ ଜୀବନରେ ତାର ,
ଆଲୋକରେ ଉଦ୍ଭାସିତ ତା' ଧରାକୁ ,
ଛୁଉଁଥିଲା ନିଶି , ଶେଷହୀନ ଅମାବାସ୍ୟାର,
ମନ ଅଗଣାରେ ତା' ବାରୁଦର ବିସ୍ଫୋରକ
ରଚିବାକୁ ମୃତ୍ୟୁର ଅଦୃଶ୍ୟ ବିଭୀଷିକା ,
ଦୋଛକିରେ ବନ୍ଧା ପଡ଼ିଛି ମାନବିକତା
କେମିତି ଜୀଇଁବ ସେ ଦୁନିଆରେ ଏକା ,
ଜ୍ୟୋତ୍ସ୍ନା ରାତି ଅମାବାସ୍ୟା ପାଲଟିଲାଣି
ଯେବେ ସମୟର ବିବସନରେ ,
ରାତ୍ରିର ଦରଗଢା ସ୍ୱପ୍ନକୁ ସାଇତି କି ଲାଭ
ମିଞ୍ଜିମିଞ୍ଜି ଅସ୍ତମିତ ପ୍ରାୟ ତାରାଙ୍କ ଗହଣରେ,
ଈଶ୍ଵର ଏବେ ବୋଧହୁଏ ଶିଆଳି ଲଟାରେ
ବ୍ୟସ୍ତ ପ୍ରଳୟର ଯୋଜନା ରଚିବାରେ ,
କୋକୁଆର କାହାଣୀ ହିଁ ଏ ଅମାବାସ୍ୟା ରାତି
ମୁକ୍ତି କାହିଁ ସଂସାରର ଅମା ଅନ୍ଧକାରେ ,
ଅମାବାସ୍ୟାର ଅନ୍ଧକାର ଖୁବ୍ ଦୂରଯାଏ ଲମ୍ବିଛି
ଗୋଟେ ମିଛ ଜହ୍ନପଖଳା ଆଶ୍ୱାସନାର ନାଆଁରେ ,
ଦେଖାଯାଉ ସେ ଅସହାୟ ମୃଗୁଣୀର ସ୍ମୃତିକୁ
କିଏ କେଉଁଠି ଶୁଣୁଛି ସମୟର କେଉଁ ବେଳାରେ ....!