STORYMIRROR

Amit Bal

Romance Tragedy

3  

Amit Bal

Romance Tragedy

ପାଉଁଶ ତଳର ନିଆଁ

ପାଉଁଶ ତଳର ନିଆଁ

1 min
251

ଜୀବନ ତମାମ ପ୍ରେମର ମାୟାରେ

ପ୍ରୀତିର ପସରା ମେଲି

ବିସ୍ତାରିତ ହୁଏ ସେ ବିଦଗ୍ଧ ହୃଦୟ

ମିଳେନା କେ ନିଜର ବୋଲି ,


ଆତ୍ମୀୟତାର ଅପାସୋରା ହାତ

ବଢିଯାଏ ନୀତି ଦୂରେ

ସନ୍ଦେହ ଜ୍ୱାଳାରେ ବିସର୍ଜି ହୋଇ

ପଛକୁ ପୁଣି ସେ ଫେରେ ,


ନିଃଶବ୍ଦ ନିଶିରେ ପ୍ରତି ମୁହୂର୍ତ୍ତରେ

ଶୂନ୍ୟ ଆକାଶକୁ ଚାହିଁ

ପୂର୍ଣ୍ଣତାର ସ୍ୱପ୍ନ ଚେଇଁ ଦେଖୁଥାଏ

ଯାହା ପୁରା ହୁଏ ନାହିଁ ,


ନିରବୀ ଯିବାଟା ଖାଲି ଯାହା ସାର

ଆଖିରେ ସବୁ ଯେ ଧୂଆଁ

ପ୍ରେମ ସବୁଦିନେ ଜାଳି ପୋଡ଼ି ମାରେ

ସେ ପା ପାଉଁଶ ତଳର ନିଆଁ .... ‌।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance