ପାଉଁଶ ତଳର ନିଆଁ
ପାଉଁଶ ତଳର ନିଆଁ


ଜୀବନ ତମାମ ପ୍ରେମର ମାୟାରେ
ପ୍ରୀତିର ପସରା ମେଲି
ବିସ୍ତାରିତ ହୁଏ ସେ ବିଦଗ୍ଧ ହୃଦୟ
ମିଳେନା କେ ନିଜର ବୋଲି ,
ଆତ୍ମୀୟତାର ଅପାସୋରା ହାତ
ବଢିଯାଏ ନୀତି ଦୂରେ
ସନ୍ଦେହ ଜ୍ୱାଳାରେ ବିସର୍ଜି ହୋଇ
ପଛକୁ ପୁଣି ସେ ଫେରେ ,
ନିଃଶବ୍ଦ ନିଶିରେ ପ୍ରତି ମୁହୂର୍ତ୍ତରେ
ଶୂନ୍ୟ ଆକାଶକୁ ଚାହିଁ
ପୂର୍ଣ୍ଣତାର ସ୍ୱପ୍ନ ଚେଇଁ ଦେଖୁଥାଏ
ଯାହା ପୁରା ହୁଏ ନାହିଁ ,
ନିରବୀ ଯିବାଟା ଖାଲି ଯାହା ସାର
ଆଖିରେ ସବୁ ଯେ ଧୂଆଁ
ପ୍ରେମ ସବୁଦିନେ ଜାଳି ପୋଡ଼ି ମାରେ
ସେ ପା ପାଉଁଶ ତଳର ନିଆଁ .... ।